ଭୁବନେଶ୍ଵର,ତା-୨୫/୦୬(ପିପିଟି); ଗଞ୍ଜାମରେ କରୋନା ପଜିଟିଭ ସଂଖ୍ୟା ୧୦୮୮ ମଧ୍ୟରୁ ୭୨୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮ ଜଣଙ୍କ ମୃତ୍ୟୁ ହୋଇଛି । ଦ୍ୱିତୀୟ ସ୍ଥାନରେ ଖୋର୍ଦ୍ଧା ସଂଖ୍ୟା ୭୩୫ ମଧ୍ୟରୁ ୪୫୫ ଜଣ ସୁସ୍ଥ ,୦୪ଜଣଙ୍କ ମୃତ୍ୟୁ ଓ ଅନ୍ଯ ମୃତ ସଂଖ୍ୟା ୦୨ ହୋଇଛି । ନୂତନ ଆକ୍ରାନ୍ତ ୨୧୦ ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୯୬୨ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୨୩୯୮୧୫ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜେଟିଭ ୫୯୬୨ ଚିହ୍ନଟ ହୋଇଛନ୍ତି । ୪୧୨୩ ଜଣ ସୁସ୍ଥ ହୋଇଥିବା ବେଳେ ୧୮୧୫ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୦୭ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୨୧୦ଜଣଙ୍କ ମଧ୍ୟରୁ ୧୭୪ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୩୬ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।