ରବିଋତୁ ଧାନସଂଗ୍ରହ ପାଇଁ ଅଭିଯୋଗ କଲେ ଚାଷୀ ।

ରାମନାଗୁଡା,(ପିପିଟି)୩୦/୦୪ , ରବିଋତୁ ଧାନସଂଗ୍ରହ ଦିନ ଧାର୍ଯ୍ୟ ହୋଇଥିବା ବେଳେ ଖଳାରୁ ଉଠୁନି ଧାନ।ଫଳରେ ବୁଧବାର ଦିନ ଲ୍ଯାମ୍ପସ ଆଗରେ ଅଭିଯୋଗ କରିଛନ୍ତି ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଉକାମ୍ବା ଅଞ୍ଚଳର ଚାଷୀ।ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତବର୍ଷ ରବିରତୁ ଧାନ ସଂଗ୍ରହ ପାଇଁ ପ୍ରଶାସନ ପକ୍ଷରୁ ଦିନ ଧାର୍ଯ୍ୟ ହୋଇଥିଲା ବେଳେ ରବିଋତୁ ଧାନ ଅମଳ ସରିଥିବାବେଳେ ଧାନଖଳାରୁ ଧାନ ଉଠୁନଥିବା ଅଭିଯୋଗ କରିଛନ୍ତି ଚାଷୀ।କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା ଚାଷୀଙ୍କ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।ଚଳିତ ବର୍ଷ ରାମନାଗୁଡା ସମବାୟ ସମିତି ଅଧିନରେ ରବିଋତୁ ନିମନ୍ତେ ଚାକୁଣ୍ଡା ଓ ଗୁମୁଡା ନିକଟରେ ଧାନମଣ୍ଡି ଖୋଲାଯିବାକୁ ନିଷ୍ପତ୍ତି ହୋଇଥିବାବେଳେ ଉକାମ୍ବା ନିକଟରେ ଧାନମଣ୍ଡି ଖୋଲାଯିବାକୁ ଦାବି କରିଛନ୍ତି।ରାମନାଗୁଡା ବ୍ଲକର ଉକାମ୍ବା ଅଞ୍ଚଳରେ ୩୦୦ଏକର ଜମିରେ ରବିଋତୁ ଧାନ ଅମଳ କରାଯାଉଥିବା ବେଳେ ଗୁମୁଡା ନିକଟରେ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ଧାନମଣ୍ଡିକୁ ସ୍ଥାନାନ୍ତର କରାଯିବାକୁ ଚାଷୀମାନେ ଦାବି କରିଛନ୍ତି।ରବିଋତୁ ଧାନ ସଂଗ୍ରହ ନିମନ୍ତେ ଟୋକନ ପାଇଁ ଚାଷୀମାନେ ଆବେଦନ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଧାନବିକ୍ରି ନିମନ୍ତେ ଟୋକନ ମିଳିନଥିବା ଚାଷୀ ଅଭିଯୋଗ କରିଛନ୍ତି।ଅନ୍ୟପଟେ ରବିଋତୁ ଧାନ ଅମଳ ସରିଯାଇଥିବାବେଳେ ଚାଷୀମାନେ ଧାନ ବିକ୍ରି କରିନପାରି ଦଲାଲଙ୍କ ଶିକାର ହୋଇ ଖଳାରେ ପଡିରହିଛି ଧାନ ପଡି ରହିଥିବା କହିଛନ୍ତି।ଅନ୍ୟ ପକ୍ଷରେ କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷାରେ ବ୍ୟାପକ ପରିମାଣରେ ଧାନଫସଲ ନଷ୍ଟ ହୋଇଥିବାବେଳେ ପ୍ରଶାସନ ଧାନକ୍ରୟ ନିଷ୍ପତ୍ତିରେ ବିଳମ୍ବ ଚାଷୀଙ୍କ ସମସ୍ୟାକୁ ଦ୍ବିଗୁଣିତ କରିଛି।ଯଥାଶୀଘ୍ର ଧାନମଣ୍ଡି ଖୋଲାଯିବା ସହ ଉକାମ୍ବା ଅଞ୍ଚଳରେ ଧାନମଣ୍ଡି କରାଯିବାକୁ କେ ମଲ୍ଲିକାଜୁନ,ମାଟାରାଜୁ,କେ ରାମାରାଓ,ଗୁମୁଡି ବାରିକି,ଗଣପତି ନିମାଲା,ଆର ମୁରଲୀଙ୍କ ସହ ପ୍ରମୁଖ ଚାଷୀଙ୍କ ଦାବି କରିଛନ୍ତି।
ରିପୋର୍ଟ – ସଞ୍ଜିବ କୁମାର ଦାଶ ।

Comments (0)
Add Comment