ରକ୍ତ ଯୋଗାଇ ଦରଦୀ ବନ୍ଧୁ ସାଜିଛନ୍ତି ସୁଧୀର ଦାସ ।

ରାମନାଗୁଡା,(ପିପିଟି)୦୩/୦୫ ,ଲକ୍ ଡାଉନ୍ ସମୟରେ ଜନତାଙ୍କ ସେବାକୁ ପ୍ରାଥମିକତା ଦେଇ ରକ୍ତ ଯୋଗାଇ ଦରଦୀର ବନ୍ଧୁ ସାଜିଛନ୍ତି ରାଜ୍ୟ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର ଦାଶ। ସୁଧୀର ଦାଶଙ୍କର ଦୈନନ୍ଦିନ ଜୀବନ ବେଶ ବ୍ୟସ୍ତବହୁଳ । ସକାଳୁ ରାତି ୧୦ଘଣ୍ଟା ଯାଏ ସବୁବେଳେ ଲୋକଙ୍କ ନାନା କଥାବ୍ୟଥାକୁ ନେଇ ସେ ବ୍ୟସ୍ତ ରହିଥାନ୍ତି । ରାଜଧାନୀରେ ରହଣିଠୁ ଆରମ୍ଭ କରି ନିଜ ଗାଁ ରହୁଥିବା ସମୟରେ ସବୁବେଳେ ତାଙ୍କର ଏହି ସ୍ଥିତି । ଲୋକଙ୍କ ସୁବିଧା, ଅସୁବିଧାକୁ ପ୍ରାଥମିକତା ଦେଇ ବିଭିନ୍ନ ଯୋଜନାର ରୂପରେଖ ପ୍ରସ୍ତୁତ କରିବାଠୁ ଆରମ୍ଭ କରି ଅଧାପନ୍ତରିଆ କାମକୁ ତ୍ବରାନ୍ବିତ କରିବା, ଅଧିକାଂଶ ସମୟ ସରକାର, ପ୍ରଶାସନ ସହ ଆଲୋଚନା କରି ପଦକ୍ଷେପ ଗ୍ରହଣ କରିଛନ୍ତି। ଦୁର୍ଗୀରେ ରହଣି ସମୟରେ ସକାଳେ ଘରେ ପ୍ରତ୍ୟେକ ଦିନ ଲୋକଙ୍କ ଅଭିଯୋଗ ଶୁଣାଣି କରିବା ସହ ସେମାନଙ୍କର ଭଲ ମନ୍ଦ କଥା ବୁଝନ୍ତି । ଉନ୍ନୟନମୂଳକ ଯୋଜନାର ଅଗ୍ରଗତି ସମୀକ୍ଷା, ବିଭିନ୍ନଗାଁକୁ ଯାଇ ଲୋକଙ୍କ ସହ ମିଶିବା ସହ ସହରଠୁ ଆରମ୍ଭ କରି ଗାଁ ସ୍ତରରେ ଆୟୋଜନ କରାଯାଉଥିବା ବିଭିନ୍ନ ସଭାସମିତି, କର୍ମଶାଳା, ବୈଠକରେ ଯୋଗଦେଇ ସାରା ଦିନ ଲୋକଙ୍କ ପାଇଁ ବ୍ୟସ୍ତତା ଭିତରେ ଜୀବନ ବିତାଇବାରେ ଆନନ୍ଦ ପାଉଥିବା ସୁଧୀରଙ୍କ ଚକା ଜାମ ହୋଇ ଯାଇଛି । ପରିବାର ସହ ମିଶି ସରକାରଙ୍କ ଲକ ଡାଉନ ନିୟମକୁ ପାଳନ କରୁଥିବା ବେଳେ ଲୋକଙ୍କ ସେବାକୁ ଛାଡିନାହାନ୍ତି । ଘରେ ରହି ମଧ୍ୟ ପ୍ରତ୍ୟେକ ଦିନ ଫୋନରେ ଯୋଗାଯୋଗ କରି ବିକାଶକୁ ତ୍ବରାନ୍ବିତ କରିବା ସହ ।ଏ ଘଡିସନ୍ଧି ସମୟରେ ସମାଜକୁ କରୋନା ଦାଉରୁ ସୁରକ୍ଷିତ ରଖିବା ପାଇଁ ବାର୍ତ୍ତା ଦେଇଛନ୍ତି । ଏହି ଦୃଷ୍ଟିରୁ ଲକ ଡାଉନ ସମୟରେ ଘରେ ବସିରହିବା ଆମକୁ ବିଚଳିତ ଲାଗି ପାରେ । କିନ୍ତୁ କରୋନା ଭୂତାଣୁ ସଂକ୍ରମଣକୁ ମୁକାବିଲା ପାଇଁ ସରକାରଙ୍କ ନିୟାମବଳୀକୁ ଅନୁସରଣ କରିବାକୁ କହିଛନ୍ତି।ଲକ୍ ଡାଉନରେ ଲୋକଙ୍କ ସେବା ନିମନ୍ତେ ଘରୁ ବାହାରି ଲୋକଙ୍କ ସୁଖଦୁଃଖ ବୁଝିବା ସହ ପ୍ରତି ବ୍ଲକରେ ଜୀବନବିନ୍ଦୁ ରକ୍ତଦାନ ଶିବିର ଆୟୋଜନ କରିବା ସହ କରୋନା ମୁକାବିଲା କ୍ଷେତ୍ରରେ ବହୁ ଲୋକଙ୍କ ନିକଟରେ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହୋଇଥିବାରୁ ଘରେ ସ୍ବାସ୍ଥ୍ୟସେବା ଦିଗରେ ଉଦ୍ୟମ ଜାରି ରଖିଛନ୍ତି ସୁଧୀର।ରକ୍ତଭଣ୍ଡାରରେ ରକ୍ତର ଆବଶ୍ୟକତା ପୂରଣ କରିବା ଦିଗରେ ଉଦ୍ୟମ ଜାରି ରଖିଛନ୍ତି।ସେହିପରି ବିଭିନ୍ନ ଗାଁ ପରିଦର୍ଶନ କରି ଲୋକଙ୍କୁ ମାସ୍କ ବ୍ୟବହାର ନିମନ୍ତେ ପରାମର୍ଶ ଦେବାସହ ଲୋକଙ୍କୁ ସରକାରଙ୍କ ପକ୍ଷରୁ କୁହାଯାଇଥିବା ନିୟମକୁ ଅନୁପାଳନ କରିବାକୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଛନ୍ତି।ସେହିପରି ଜିଲ୍ଲାର ବିଭିନ୍ନ ଗ୍ରାମ ବୁଲି ମାସ୍କ ଓ ସାନିଟାଇଜର ପ୍ରଦାନ କରିବା ଲୋକଙ୍କ ୭ରୁ୮ଥର ସାବୁନରେ ହାତ ଧୋଇବାକୁ ଅତିଜରୁରୀ କାମରେ ବାହାରକୁ ବାହାରିବା ପାଇଁ ଲୋକଙ୍କୁ ସ୍ବାସ୍ଥ୍ୟସେବା ଦିଗରେ ନିଜ ପକେଟ ଖର୍ଚ୍ଚରୁ ଅର୍ଥ ପ୍ରଦାନ କରୁଥିବା ଦେଖବା ସହ ଶୁଣିବାକୁ ମିଳିଛି।ସେହିପରି ଶ୍ରୀ ଦାଶ ନିଜ ବ୍ୟକ୍ତିଗତ ଜୀବନରେ ବିଭିନ୍ନ ବ୍ଲକରେ ବିଭିନ୍ନ ଲୋକଙ୍କ ସହ ଦଳଗତ ନିବିଶେଷରେ ସମନ୍ୱୟ ରକ୍ଷା କରି ଉତ୍ତମ ସମ୍ପର୍କ ରଖି ଯୋଗସୂତ୍ର ସ୍ଥାପନ କରି ସବୁ କାର୍ଯ୍ୟ ସଫଳତାର ସହ କାର୍ଯ୍ୟ ସମ୍ପାଦନ ହେଉଥିବା ଜଣାପଡ଼ିଛି।ଦିନ ତମାମ ଲୋକଙ୍କ ସୁଖଦୁଃଖ ବୁଝିବା ସହ ଲୋକଙ୍କ ନିକଟରେ ସୁବିଧା ସୁଯୋଗ ଯୋଗାଇ ଦେବା ନିମନ୍ତେ ପ୍ରଶାସନ ସହ ଆଲୋଚନା କରି ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି।
ରିପୋର୍ଟ – ସଞ୍ଜିବ କୁମାର ଦାଶ ।
Comments (0)
Add Comment