ଯୁବ କଂଗ୍ରେସ ପକ୍ଷରୁ ୯ ଜିଲ୍ଲା ଓ କଟକ ସହର ସଭାପତିଙ୍କ ନାମ ଘୋଷଣା ।

ଭୁବନେଶ୍ବର,୧୮/୦୭(ପିପିଟି); ଓଡିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ୯ ଜିଲ୍ଲା ଓ କଟକ ସହର ସଭାପତିଙ୍କ ନାମ ଘୋଷଣା କରାଯାଇଛି । ରାଜ୍ୟ ସଭାପତି ଡ. ସ୍ମୃତି ରଞ୍ଜନ ଲେଙ୍କା ଚିଠି ନମ୍ବର ୦୬/ଓପିୱାଇସି/୨୦୨୦,ତା-୧୮/୦୭/୨୦୨୦ ରୁ ଜଣାପଡିଛି ଯେ ଜଗତସିଂହପୁର ଜିଲ୍ଲା ସଭାପତି ପ୍ରଶାନ୍ତ ମଲ୍ଲିକ,ଅନୁଗୁଳ ଜିଲ୍ଲା ସଭାପତି ଲୁଟୁ ରଞ୍ଜନ ଥାପା,କୋରାପୁଟ ଜିଲ୍ଲା ସଭାପତି ସୁକାନ୍ତ ପଟ୍ଟନାୟକ,ବଲାଙ୍ଗୀର ଜିଲ୍ଲା ସଭାପତି ପ୍ରେମ ପ୍ରକାଶ ମିଶ୍ର,କଳାହାଣ୍ଡି ଜିଲ୍ଲା ସଭାପତି ସାଉଲ  ମଙ୍ଗରାଜ,ନୂଆପଡା ଜିଲ୍ଲା ସଭାପତି କପିଳେନ୍ଦ୍ର ଭୋଇ, ସୁବର୍ଣ୍ଣପୁର ଜିଲ୍ଲା ସଭାପତି ପ୍ରିୟବ୍ରତ ସାହୁ, କେନ୍ଦ୍ରାପଡା ଜିଲ୍ଲା ସଭାପତି ସତ୍ୟ ପ୍ରିୟ ସାମଲ,କଟକ ଜିଲ୍ଲା ସଭାପତି ଆର୍ଯ୍ୟବୀର ଲେଙ୍କା ଓ କଟକ ସହର ସଭାପତି ଭାବରେ ବିକି ଚକ୍ରବର୍ତ୍ତୀଙ୍କ ନାମ ଘୋଷଣା କରାଯାଇଛି ।

Comments (0)
Add Comment