ଯୁବ କଂଗ୍ରେସର ୧୧ଟି ସାଙ୍ଗଠନିକ ଜିଲ୍ଲା ସଭାପତି,ଆଇନ୍ ବିଭାଗ ଓ ମିଡିଆ କମିଟି ଘୋଷଣା ।

ଭୁବନେଶ୍ବର,୧୯/୦୮(ପିପିଟି); ଅଖିଳ ଭାରତୀୟ ଯୁବ କଂଗ୍ରେସ କମିଟି ଅନୁମୋଦନ କ୍ରମେ ଓଡିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ.ସ୍ମୃତି ରଞ୍ଜନ ଲେଙ୍କା ରାଜ୍ୟର ୧୧ଟି ସାଙ୍ଗଠନିକ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଘୋଷଣା କରିଛନ୍ତି ।ମୟୂରଭଞ୍ଜ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଭାବେ ଅଂଶୁମାନ ଦାସ,ବୌଦ୍ଧ – ମହେଶ୍ୱର ପ୍ରଧାନ,କେନ୍ଦୁଝର – ସୁନେଶ କୁମାର ଧିର,ଭୁବନେଶ୍ବର – ରଞ୍ଜିତ୍ ପାତ୍ର,ଖୋର୍ଦ୍ଧା -ସ୍ବାଗତ କର,କନ୍ଧମାଳ – ବସନ୍ତ କୁମାର ପାଢୀ,ଦେବଗଡ- ଅମିତ୍ କୁମାର ରଞ୍ଜିତ,ପୁରୀ – ପ୍ରେମଜିତ୍ ମହାନ୍ତି,ବାଲେଶ୍ବର – ରଞ୍ଜନ କୁମାର ଦାସ ଓ ରାୟଗଡା – ପ୍ରଦୀପ କୁମାର ସାହୁ ରହିଥିବା ବେଳେ ବରଗଡ ଜିଲ୍ଲା ଯୁବ କଂଗ୍ରେସ ର ଦୁଇଜଣ କାର୍ଯ୍ୟକାରୀ ସଭାପତି ଭାବେ ଇଂ.ସୁଶାନ୍ତ ସାହୁ ଓ ଅଭିଷେକ ସେଠ୍ ଙ୍କୁ ନିଯୁକ୍ତି ଦିଆଯିବା ନେଇ ଯୁବ କଂଗ୍ରେସ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି । ସେହିପରି ଭାବେ ରାଜ୍ୟ ଯୁବ କଂଗ୍ରେସ ଆଇନ୍ ବିଭାଗ ମୁଖ୍ୟ ଭାବେ ଆଡଭୋକେଟ୍ ଆଦିତ୍ଯ ପ୍ରସାଦ ପରିଡାଙ୍କୁ ନିଯୁକ୍ତି ଦିଆଯାଇଛି ।ଯୁବ କଂଗ୍ରେସ ମିଡିଆ କମିଟି ମଧ୍ୟ ଘୋଷଣା କରାଯାଇଛି । ଏହି କମିଟିରେ ମାନସ ରଞ୍ଜନ କର,ଅଜୟ କୁମାର ସାହୁ,ନଳିନୀ କାନ୍ତ ନାୟକ,ଅମ୍ରିତା ଦାସ,ବିରେନ୍ଦ୍ର ବାଗ,ଶ୍ରୀଜିତ୍ ମହାପାତ୍ର ଓ ସୁମିତ୍ରା ଜେନାଙ୍କୁ ମୁଖପତ୍ର ଏବଂ ମିଡିଆ ସେଲ୍ ସଂଯୋଜକ ଭାବେ ନଳିନୀ କାନ୍ତ ନାୟକଙ୍କୁ ନିଯୁକ୍ତି ଦିଆଯାଇଛି ।

Comments (0)
Add Comment