ମୋଟର ସାଇକେଲ ମୁହାଁମୁହିଁ ଧକ୍କା ସାମ୍ବାଦିକ ଗୁରୁତର ।

କଳାହାଣ୍ଡି,(ପିପିଟି)୦୩/୦୫,ଦୁଇଟି ମୋଟର ସାଇକେଲ  ମୁହାଁମୁହିଁ ଧକ୍କା ଦୁର୍ଘଟଣା ରେ ସାମ୍ବାଦିକ ଗୁରୁତରକୋକସରା ବ୍ଲକ ଦେଇ ଯାଇଥିବା ଜାତୀୟ ରାଜପଥ ୨୬ କାଉଡୋଳା ଛକ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ୱେବ ମିଡ଼ିଆ ରେ କାର୍ଯରତ ସାମ୍ବାଦିକ ଯୋଗୀନ୍ଦ୍ର କୁମାର ବାରିକ ଗୁରୁତର ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ ମହେଶ ଦାଶ ୨୫ ଶତକଡା ସାମାନ୍ୟ ଆହତ ହୋଇଛନ୍ତି ସାମ୍ବାଦିକଙ୍କ ଘର ଲଡୁଗାଁ ସେ ନିଜ କାମରେ ଆସୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି । ଅନ୍ୟ ଯୁବକ ଜୁନାଗଡ଼ ବ୍ଲକ  ହିଂଲିବାହାଳି ଗାଁ ବୋଲି ଜଣାପଡିଛି । ଘଟଣାସ୍ଥଳରେ କାଉଡୋଳା ଗାଁ ର ଅନ୍ୟ ଜଣେ ସାମ୍ବାଦିକ ବସନ୍ତ ସରବୁ ଓ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ରେ କୋକସରା ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି ପ୍ରାଥମିକ ଚିକିତ୍ସା ପରେ ଯୁବକଙ୍କୁ ଭବାନୀପାଟଣା ସ୍ଥାନାନ୍ତର  କରାଯାଇଛି।

ରିପୋର୍ଟ – ଭିଷ୍ମ ସାହୁ ।

Comments (0)
Add Comment