ମୂଲ୍ୟାୟନ ସକାଶେ ପ୍ରୋତ୍ସୋହନ ରାଶି ପାଇଁ ଦାବୀ ।

ପଦ୍ମପୁର,(ପିପିଟି ନ୍ଯୁଜ୍)୦୪/୦୬, କରୋନା ମହାମାରୀ ସମୟରେ ଯେଉଁ ପରୀକ୍ଷକମାନେ ମାଟ୍ରିକ ଖାତା ମୂଲ୍ୟାୟନ କରିବେ ସେମାନଙ୍କ ପାଇଁ ଓଡିଶା ରାଜ୍ୟ ସରକାର ସ୍ୱତନ୍ତ୍ର ପ୍ରୋତ୍ସାହନ ରାଶି ଦେବାକୁ ଘୋଷଣା କରିଥିଲେ,ହେଲେ ରାଜ୍ୟସରକାର ନା ବୋର୍ଡ କତ୍ତୃପକ୍ଷ ଅଦ୍ୟାବଧି ଉକ୍ତ ଘୋଷିତ ପ୍ରୋତ୍ସାହନ ରାଶି କିପରି ଓ କିଭଳି ଭାବେ ପ୍ରଦାନ କରିବେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ୱଷ୍ଟ ହୋଇ ଫାଇଲ ଭିତରେ ରହିଯାଇଛି । ରାଜବୋଡାସମ୍ବର ଓଷ୍ଟା ଶିକ୍ଷକ ସଙ୍ଗଠନ ଓ ଖାତା ମୂଲ୍ୟାୟନରତ ଶିକ୍ଷକ ସମୁହ ଶିକ୍ଷା ବିଭାଗୀୟ ମନ୍ତ୍ରୀ ମହୋଦୟଙ୍କ ଠାରେ ଦାବୀ ରଖି ପଦ୍ମପୁର ମୂଲ୍ୟାୟନ କେନ୍ଦ୍ର ନିରୀକ୍ଷକ ସରୋଜ ଭୋଏଙ୍କ ଜରିଆରେ ଆଜି ଏକ ସ୍ମାରକପତ୍ର ପ୍ରଦାନ କରାଯାଇ ଶିଘ୍ର ସ୍ୱଷ୍ଟିକରଣ ପାଇଁ ନିବେଦନ କରିଛନ୍ତି ।ଏ ପରିପ୍ରେକ୍ଷୀରେ  ରାଜବୋଡାସମ୍ବର ଓଷ୍ଟା ସଂଘର ସଭାପତି ପ୍ରମୋଦ ଚନ୍ଦ୍ର ନାଥ,ସମ୍ପାଦକ ପ୍ରଶନ୍ନ କୁମାର ମେହେର,କାର୍ଯ୍ୟକାରୀ ସଦସ୍ୟ ଚୂଳ ସୁନ୍ଦର ମେହେର,ପୁରେନା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ରେଣୁକ ସାହୁ ପ୍ରମୁଖ ବହୁ ଶିକ୍ଷକଗଣ ସ୍ମାରକପତ୍ର ପ୍ରଦାନ ସମୟ ରେ ଉପସ୍ଥିତ ଥିଲେ ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Comments (0)
Add Comment