ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ସହାୟତା ।

ପଦ୍ମପୁର,(ପିପିଟି ନ୍ଯୁଜ୍)୧୦/୦୪-ସାରା ବିଶ୍ୱରେ ବର୍ତ୍ତମାନ ନିଜର କାୟା ବିସ୍ତାର କରିଥିବା କରୋନା ଭୁତାଣୁ କୋଭିଡ୍ -୧୯ ସହ ଲଢ଼ୁଥିବା ଯୁଦ୍ଧରେ ବିଜୟୀ ହେବ ପାଇଁ କେନ୍ଦ୍ର ସରକାର ୨୧ ଦିନ ର ଲକ ଡାଉନ ଘୋଷଣା କରିଛନ୍ତି। ଏହା ସହ ଉଭୟେ ରାଜ୍ୟ ଏବଂ କେନ୍ଦ୍ର ସରକାର ନୀତି ଜନସାଧରଣ ଙ୍କ ସୁବିଧା ଏବଂ ହିତରେ ବିଭିନ୍ନ ଯୋଜନା ମନ ତଥା ଦରକାର ଥିବା ଲୋକଙ୍କୁ ରନ୍ଧା ଖାଦ୍ୟ , ଜାଗା ଜାଗା ରେ କ୍ୱେରେଣ୍ଟିଂନ ୱାର୍ଡ ତଥା ଆଇସୋଲେଶନ ୱାର୍ଡ ଆଦି ନିର୍ମାଣ ଇତ୍ୟାଦି ବହୁ କାର୍ଯ୍ୟକ୍ରମ ଚଳାଇ ଥିବା ବେଳେ ନୀତି ବହୁ ସାମାଜିକ ଅନୁଷ୍ଠାନ ତଥା ଜନସାଧାରଣ ଆଗକୁ ଆସି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କୁ ନିଜର ନିଜର ଅନୁଦାନ ପ୍ରଦାନ କରିଛନ୍ତି। ସେହି ପରି ଆଜି ପଦ୍ମପୁର ର ତତ୍କାଳୀନ ଗୌନ୍ତିଆ ଭାରତ ଚନ୍ଦ୍ର ମେହେର ମଧ୍ୟ ଏହି ଘଡି ସନ୍ଧି ମୁହୂର୍ତ୍ତରେ ସରକାରଙ୍କ ସାହାଯ୍ୟ ପାଇଁ ଏବଂ ଦେଶ ବସି ଙ୍କ ହିତ ସାଧନ ଦିଗରେ କାମନା କରି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କୁ ପଦ୍ମପୁର ଉପ-ଜିଲ୍ଲାପାଳ ଙ୍କ ଜରିଆରେ ୫୦,୦୦୦ ଟଙ୍କା ର ଅନୁଦାନ ରାଶି ପ୍ରଦାନ କରିଛନ୍ତି। ଏହି ସମୟରେ ପଦ୍ମପୁର ଉପ-ଜିଲ୍ଲାପାଳ ତନ୍ମୟ କୁମାର ଦରବାନ ଉପସ୍ଥିତ ରହି ଏହି ଆନୁଦାନ କୁ ଗ୍ରହଣ କରିଥିବା ବେଳେ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବାରିହା ଏବଂ ପୂର୍ବତନ ଏନ.ଏ.ସି. ଅଧ୍ଯକ୍ଷ  ପ୍ରୀତମ ମେହେର ମଧ୍ୟ ଉପସ୍ଥିତ ରହିଥିଲେ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Comments (0)
Add Comment