ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଆବାସ ଯୋଜନାରୁ ବଞ୍ଚିତ ଅସହାୟ ପରିବାର ।

ଶେରଗଡ଼,୨୭/୦୮(ପିପିଟି); ଖୋଦ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ପୁର ର ମନାଷ ପ୍ରଧାନ (୬୩) ସ୍ୱାମୀ ବଞ୍ଚା ପ୍ରଧାନ (୬୬) ବୃଦ୍ଧା ମହିଳା ଚିର ଅବହେଳିତ ନା ମିଳିଛି ପକ୍କା ଘର ନା ମିଳିଛି ବାର୍ଦ୍ଧକ୍ୟ ଭତ୍ତା ପ୍ରଶାସନର ଅପାରଗତା ଯୋଗୁଁ ସଫଳ ହୋଇନି ସ୍ୱପ୍ନ, ବର୍ତ୍ତମାନ ଦୀର୍ଘ ବର୍ଷ ହେଲା ଚାଳ ଛପର ଘରେ ନଗଣ୍ୟ ଅବସ୍ଥାରେ ଜୀବନ ଯାପନ କରୁଛନ୍ତି । ଚାରି ଜଣଙ୍କୁ ନେଇ ପରିବାର ପର ର ମୂଲ ଲାଗି ଚଳୁଥିଲେ ତାହା ଏବେ ଅକ୍ଷମ ପାଳିଟିଛି ପୁଅ ଟୁଲୁ ପ୍ରଧାନ ଦାଦନ ଶ୍ରମିକ ଭାବେ ବାହାର ରାଜ୍ୟକୁ ଯାଉଥିଲା ବେଳେ ଏବେ କରୋନା ପାଇଁ କାମ ନ ପାଇ ପଡ଼ି ରହିଛନ୍ତି ଟଙ୍କିକିଆ ଚାଉଳ ହିଁ ସାହା ଭରଷା । ଏହାକୁ ନେଇ ଦୁଃଖ ଅନାଟନ ରେ କାଳ କାଟୁଛନ୍ତି । ସେ ରହୁଥିବା ଘର ଚାଳ ଘର ହୋଇଥିବା ବେଳେ ଘର ଉପରେ ଅଂଶ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ସୂର୍ଯ୍ୟ ଓ ଚନ୍ଦ୍ର ଆଲୋକ ତାଙ୍କ ଘରେ ପ୍ରତିଦିନ କେଳି କରୁଛି । ବର୍ଷା ହେଲେ ପର ବାରଣ୍ଡା ରେ ରାତ୍ରୀ ଯାପନ କରି ଦିନ କାଟୁଛନ୍ତି ମନାଷଙ୍କ ସାହା ବୋଲି କେହି ନାହାନ୍ତି । ଆବାସ ଯୋଜନା ଓ ଭତ୍ତା ସେମାନଙ୍କ ପାଇଁ ସାତ ସ୍ୱପ୍ନ ଅଟେ ଏଣୁ ଏ ଦିଗରେ ସରକାର ଦୃଷ୍ଟି ଦେବା ସହ ସହାୟତା ପାଇଁ ଦାବି ହେଉଛି । ଦୀର୍ଘ ୨୦ ବର୍ଷ ଧରି ଭରସା ଓ ବିଶ୍ୱାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଖି ବୁଜି ସମର୍ଥନ ଦେଇ ଆସିଛନ୍ତି ହିଞ୍ଜିଳି କାଟୁ ନିର୍ବାଚନ ମଣ୍ଡଳୀର ସାଧାରଣ ଜନତା କିନ୍ତୁ ଆଜି ପର୍ଯ୍ୟନ୍ତ ମୌଳିକ ଅଧିକାର ଓ ଉନ୍ନତ ସେବା ଲୋକଙ୍କ ପାଖରେ ପହଞ୍ଚି ପାରିଲା ନାହିଁ । ଏହା ବିଡମ୍ବନାର ବିଷୟ ପାଲଟିଛି । ରିପୋର୍ଟ – ଭିକୁ ନାୟକ ।

Comments (0)
Add Comment