ମା’ ଭୈରବୀ ବସକର୍ମଚାରୀ ସଂଘ ପକ୍ଷରୁ ଜିଲ୍ଲା ଶ୍ରମଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ।

ବୌଦ୍ଧ,(ପିପିଟି ନ୍ଯୁଜ୍)୨୯/୦୫,ଆଜି ବୌଦ୍ଧ ଠାରେ ମା’ଭୈରବୀ ବସକର୍ମଚାରୀ ସଂଘ ପକ୍ଷରୁ ୟୁନିଅନ ପଞ୍ଜିକରଣ ନିମିତ୍ତ ବାରମ୍ବାର ଜିଲ୍ଲା ଶ୍ରମଧିକାରୀଙ୍କ କାର୍ଯ୍ୟାଳୟ ଦୌଡି ନିରାଶ ହେବା ପରେ ସଂଘ ସଭାପତି ତଥା ୦୯ଂଯୋନ ଜିଲ୍ଲାପରିଷଦ ସଭ୍ୟ ଅବକାଶ ସାହୁ ସାଧାରଣ ସମ୍ପାଦକ ଦିଲିପ କୁମାର ସାହୁ ବୈକୁଣ୍ଠ ବେହେରା ରଞ୍ଜନ ମହାପାତ୍ର,ପ୍ରଫୁଲ ନାୟକଙ୍କ ପ୍ରଭୃତିଙ୍କ ନେତୃତ୍ବରେ ଜିଲ୍ଲା ଶ୍ରମଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଘଣ୍ଟା ପର୍ଯ୍ୟନ୍ତ ଧାରଣାରେ ବସିରହିବା ପରେ ଶ୍ରମଧିକାରୀଙ୍କ ଅନୁପସ୍ଥିତରେ ଗ୍ରାମୀଣ ଶ୍ରମ ନୀରିକ୍ଷକଙ୍କୁ ପକ୍ଷରୁ ପଞ୍ଜିକରଣ ପାଇଁ ସମସ୍ତ କାଗଜପତ୍ର ଗ୍ରହଣ କରାଯିବା ସହ ତୁରନ୍ତ ସମସ୍ତ ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ଶ୍ରମଧିକାରୀ ଟେଲିଫୋନ ଯୋଗେ ପ୍ରତିଶୃତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

Comments (0)
Add Comment