ମାଲକାନଗିରି ପୌରପରିଷଦ ଏବଂ ବାଲିମେଳା ଏନଏସି ଅଣସଂରକ୍ଷିତ ।

ମାଲକାନଗିରି,୧୫/୦୧(ପିପିଟି): ଆଜି ଗୃହ ଓ ନଗର ଉନ୍ନୟନ ବିଭାଗ ତୃତୀୟ ମହଲା ଖାରବେଳ ନଗର ,ଭୁବନେଶ୍ବର ଦ୍ବାରା ଓଡିଶାରେ ରହିଥିବା ୧୦୭ ଗୋଟି ପୌରପରିଷଦ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦର ସଂରକ୍ଷଣ ତଥା ଅଣସଂକ୍ଷଣ ତାଲିକା ପ୍ରକାଶ ପାଇଛି । ମାଲକାନଗିରି ଜିଲ୍ଲାରେ ମାଲକାନଗିରି ପୌରପରିଷଦ ଗୋଟିଏ ଏବଂ ବାଲିମେଳା ଏନ୍ଏସି ଗୋଟିଏ ଅନ୍ତର୍ଭୁକ୍ତ ରହିଥିବା ବେଳେ ଏହି ଦୁଇଟି ସ୍ଥାନରେ ଆଗାମୀ ନିର୍ବାଚନ ପାଇଁ ଅଧ୍ଯକ୍ଷ ପଦ ଅଣସଂରକ୍ଷଣ ପ୍ରାର୍ଥିଙ୍କ ପାଇଁ ଘୋଷଣା କରାଯାଇଛି ।ସୂତନା ଅନୁସାରେ ଓଡିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଚିଠି ସଂଖ୍ଯା ୯୩୩ ତା:୧୫.୦୧.୨୦୨୨ ଅନୁସାରେ ପୌରପରିଷଦ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦର ୩୦ ଗୋଟି ଜିଲ୍ଲାରେ ଥିବା ୧୦୭ ଗୋଟି ଅଧ୍ଯକ୍ଷ ପଦବୀ ଗୁଡିକର ସଂରକ୍ଷଣ ଏବଂ ଅଣ ସରକ୍ଷଣ ତାଲିକା ପ୍ରକାଶ ପାଇଛି । ଓଡିଶାରେ ୫୯ ଗୋଟି ବିଜ୍ଞାପିତ ଅଞ୍ଚଳ ପରିଷଦ ରହିଥିବା ବେଳେ ୪୮ ଗୋଟି ପୌରପରିଷଦ ରହିଛି । ୧୦୭ ଗୋଟି ଅଧ୍ଯକ୍ଷ ପଦବୀରୁ ଅନୁସୂଚୀତ ଜାତି (ମହିଳା)ଙ୍କ ପାଇଁ ୯ଟି ଆସନ ଏବଂ ପୁରୁଷଙ୍କ ପାଇଁ ୭ଟି ଆସନ ସଂରକ୍ଷିତ ରହିଛି । ସେହିପରି ଅନୁସୂଚୀତ ଜନଜାତି(ମହିଳା)ଙ୍କ ପାଇଁ ୫ଟି ଆସନ ରହିଥିବା ବେଳେ ୩ଟି ଆସନ ପୁରୁଷଙ୍କ ପାଇଁ ସଂରକ୍ଷିତ ରହିଛି । ସେହିପରି ସାଧାରଣ ମହିଳାଙ୍କ ପାଇଁ ୪୧ଟି ଆସନ ଏବଂ ପୁରୁଷଙ୍କ ପାଇଁ ୪୨ଟି ଆସନ ଅଣସରକ୍ଷିତ ରହିଛି ।
ମାଲକାନଗିରି ପୌରପରିଷଦ ଅଧ୍ଯକ୍ଷ ପଦଟି ଅଣ ସଂରକ୍ଷଣ ରହିଥିବା ବେଳେ ବାଲିମେଳା ଏନ୍ଏସି ପଦଟି ଅଣସଂରକ୍ଷ ଘୋଷଣା କରାଯାଇଛି । ଗତ ନିର୍ବାଚନରେ ମାଲକାନଗିରି ପୌରପରିଷଦ ଅଧ୍ଯକ୍ଷ ପଦଟି ସାଧାରଣ ବର୍ଗର ମହିଳା ଲାଗି ଉଦ୍ଦିଷ୍ଟ ରହିଥିଲା ବେଳେ ବାଲିମେଳେ ଏନଏସି ଅଧ୍ଯକ୍ଷ ପଦଟି ଆଦିବାସୀ ମହିଳା ପ୍ରାର୍ଥିଙ୍କ ଲାଗି ଉଦ୍ଦିଷ୍ଟ ରହିଥିଲା ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment