ମାଲକାନଗିରି କଲେଜରୁ ଛଅ ଫୁଟିଆ ଅଜଗର ଉଦ୍ଧାର ।

ମାଲକାନଗିରି,୧୪/୦୯(ପିପିଟି):ଆଜି ମାଲକାନଗିରି କଲେଜର ଏକ ଶ୍ରେଣୀଗୃହରୁ ଛଅ ଫୁଟିଆ ଅଜଗର ସାପକୁ ଉଦ୍ଧାର କରାଯାଇଛି। ପ୍ରାପ୍ତ ସୂଚନା ଅନୁସାରେ, ଯେତେବେଳେ କଲେଜର ଇଂରାଜୀ ସମ୍ମାନର ଛାତ୍ରମାନେ ସେମାନଙ୍କ ଶ୍ରେଣୀଗୃହକୁ ଯାଇଥିଲେ, ସେମାନେ ଏକ ବେଞ୍ଚ ଉପରେ ଏକ ବିରାଟ ସାପ ଶୋଇଥିବାର ଦେଖିଲେ। ଏହି ଦୃଶ୍ୟ ଦେଖି ଭୟଭୀତ ହୋଇ ସେମାନେ କୋଠରୀରୁ ବାହାରକୁ ଆସି ସାପ ବିଷୟରେ କଲେଜ ଅଧ୍ଯାପକଙ୍କୁ କହିଥିଲେ। ସୂଚନା ପାଇବା ପରେ ସତ୍ୟଜିତ୍ ଗୌଡଙ୍କ ନେତୃତ୍ୱରେ ସାପ ହେଲ୍ପଲାଇନ ସଦସ୍ୟମାନେ କଲେଜ ଯାଇଥିଲେ। ସାପଟି ଅଜଗର ପ୍ରଜାତିର ବୋଲି ଚିହ୍ନିବା ପରେ ସତ୍ୟଜିତ୍ ଏହାକୁ ସୁରକ୍ଷିତ ଭାବରେ ଧରି ଏକ ବ୍ୟାଗରେ ରଖିଥିଲେ। ୬ ଫୁଟ ଲମ୍ବା ସାପର ଓଜନ ପ୍ରାୟ ୧୫ କିଲୋଗ୍ରାମ ହେବ । ସତ୍ୟଜିତ୍ ଗଣମାଧ୍ୟମକୁ କହିଛନ୍ତି ଯେ ଉଦ୍ଧାର ହୋଇଥିବା ଅଜଗର ସାପ ବିଷୟରେ ସେମାନେ ବନ ବିଭାଗକୁ ସୂଚନା ଦେଇଛନ୍ତି ଏବଂ ପ୍ରାଣୀ ଚିକିତ୍ସକଙ୍କ ଯାଞ୍ଚ ପରେ ଏହାକୁ ନିକଟସ୍ଥ ଜଙ୍ଗଲରେ ଛାଡିଦେବେ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Comments (0)
Add Comment