ମାନୁନାହାନ୍ତି ଅମାନିଆ ,ପ୍ରଶାସନ ଦ୍ୱାରା ୧୯୮୦୦ ଜୋରିମାନା ଆଦାୟ ।

ବେଲଗୁଣ୍ଠା,୧୮/୦୬(ପିପିଟି);ଗଞ୍ଜାମ ଜିଲ୍ଲାରେ କରୋନା ପଜିଟିଭ ଙ୍କ ସଂଖ୍ୟା ବୃଦ୍ଧି ପାଇବା ଏବଂ ଏହା ଗୋଷ୍ଠୀ ସଂକ୍ରମଣ ଆଡକୁ ଗତିକରୁଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ସକାଳ ୭ ଟାରୁ ମଧ୍ୟାହ୍ନ୧୨ ଟା ପର୍ଯ୍ୟନ୍ତ ଲକ୍ ଡାଉନ ଏବଂ ମଧ୍ୟାହ୍ନ ୧୨ରୁ ସକାଳ ୭ଟା।ପର୍ଯ୍ୟନ୍ତ ସଟ୍ ଡାଉନ ଘୋଷଣା କରିଛନ୍ତି ।କୌଣସି ଜରୁରୀ କାମ ନ ଥିଲେ ବାହାରକୁ ଯିବା ପାଇଁ ବାରଣ କରିବା ସହ ଅମାନ୍ୟ କଲେ ଜୋରିମାନା ଆଦାୟ କରିବା ପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।ହେଲେ କିଛି ଅମାନିଆ ପ୍ରଶାସନର ନିୟମକୁ ବେଖାତିର କରି ବାଇକରେ ଚାରିଆଡେ ବୁଲାବୁଲି କରିବା ଲକ୍ଷ୍ୟ କରାଯାଇଛି ।ଏ ନେଇ ଆଜି ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ବେହେରା, ଆର.ଆଇ ଗୌରଚନ୍ଦ୍ର ସ୍ୱାଇଁ ଇପ୍ସିତା ବେହେରା,ଶିବ ପାତ୍ର ଓ କୈଳାସ ସେଠୀ ଏବଂ ସ୍ଥାନୀୟ ପୋଲିସର ସହାୟତାରେ ବେଲଗୁଣ୍ଠା ମୁଖ୍ୟ ସଡକରେ ବ୍ଲକିଂ କରି ଅମାନିଆଙ୍କଠାରୁ ୧୯୮୦୦ ଟଙ୍କା ଜୋରିମାନା ଆଦାୟ କରିଥିବା ଜଣାପଡ଼ିଛି ।
ରିପୋର୍ଟ – ଶିବରାମ ଚୌଧୁରୀ ।

Comments (0)
Add Comment