ମାନସିକ ବିକୃତ ମହିଳାଙ୍କ ପାଟିରୁ ବାହାରିଲା ସୁନାମୁଦି ।

ଭଞ୍ଜନଗର,୧୮/୦୭(ପିପିଟି); ଏହି ଲକ ଡାଉନ ସମୟରେ ଭଞ୍ଜନଗର ଅଞ୍ଚଳରେ ଖାଇବାକୁ ନପାଇ ବହୁ ମାନସିକ ବିକୃତ ପୁରୁଷ ଓ ମହିଳା ଏଣେ ତେଣେ ବୁଲୁଥିବା ଦେଖାଯାଇଛି। ଆଜି ସେହିପରି ଜଣେ ମାନସିକ ବିକୃତ ମହିଳା ନିକଟସ୍ଥ ଗାମୁଣ୍ଡି ଗ୍ରାମରେ ବୁଲୁଥିବା ବେଳେ ଧୂଆଁଛାଇର ଖଦାଳ ପ୍ରଧାନଙ୍କ ପାଖରେ ପହଞ୍ଚି ତାଙ୍କୁ ସିଗାରେଟ ମାଗି ଟାଣିଥିଲା।ଏହାପରେ ହାଠାତ୍ ଖଦାଳଙ୍କ ଆଙ୍ଗୁଠିରେ ଥିବା ଏକ ସୁନା ମୁଦିଟିକୁ କାଢ଼ି ନେଇ ପଳେଇ ଯାଉଥିବା ବେଳେ ଗ୍ରାମବାସୀ ମାନେ ତାକୁ ପିଛା କରି ଧରିଥିଲେ। ସେ ଧରିଥିବା ଏକ ଗଣ୍ଠିଲିକୁ ଖୋଜି ମଧ୍ୟ ମୁଦି ପାଇ ନଥିଲେ। ଶେଷରେ ସେ ମୁଦି ଟିକୁ ପାଟିରେ ଧରିଥିବା ଜାଣିପାରି ତାକୁ ଧମକ ଦେଇ ପାଟି ଖୋଲିବାକୁ ବାଧ୍ୟ କରିବାରୁ ମହିଳା ଜଣଙ୍କ ପାଟି ଖୋଲିବାରୁ ମୁଦି ଟି ମିଳିଥିଲା।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Comments (0)
Add Comment