ମାନବିକତା ଭୁଲିଗଲେଣି ବ୍ୟାଙ୍କ କର୍ମଚାରୀ,ଏକ ଗର୍ଭବତୀ ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗ ।

ସାନଖେମୁଣ୍ଡି,୦୬/୦୮(ପିପିଟି); ମହାମାରି କରୋନା ପାଇଁ ଜିଲ୍ଲା ପ୍ରଶାସନ ବିଭିନ୍ନ ନିୟମ ମାନ କରିଛନ୍ତି । ସାମାଜିକ ଦୂରତା,ମାସ୍କ ପିନ୍ଧିବା,ନିୟମିତ ସଫା ସୁତୁରା ରହିବା ଏଭଳି ବିଭିନ୍ନ କୋଭିଡ଼ ନିୟମ ପରିଚାଳିତ କରିଛନ୍ତି । ମହାମାରୀ କରୋନା ନିରୀହ ମନୁଷ୍ୟ ମାନଙ୍କ ଜୀବନ ଜୀବିକା ଛଡାଇନେଇଛି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ବ୍ୟାଙ୍କ କର୍ମଚାରୀ ମାନେ କିଭଳି ନିରୀହ ଲୋକ ମାନଙ୍କୁ ହଇରାଣ କରୁଛନ୍ତି ଏହା ମଧ୍ୟ ଦେଖିବାକୁ ବାକି ଥିଲା । ଏ ଘଟଣା ହେଉଛି ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଙ୍କୋରଡା ଏସବିଆଇ ବ୍ୟାଙ୍କର । ଏକ ଗର୍ଭବତୀ ମହିଳାଙ୍କୁ ଦୀର୍ଘ ୧ଘଣ୍ଟା ରୁ ଉର୍ଦ୍ଧ୍ବ ସମୟ ଛିଡା କରି ବ୍ୟାଙ୍କ କର୍ମଚାରୀ ମାନେ ମଜା ନେଉଥିବାର ଦୃଶ୍ୟ । ଏହି ବ୍ୟାଙ୍କକୁ ବହୁତ ଗ୍ରାମ ନିର୍ଭର କରିଥାନ୍ତି କିନ୍ତୁ ଏହି ବ୍ୟାଙ୍କ ଲୋକ ମାନଙ୍କୁ ଠିକ ସେ ସେବା ପ୍ରଦାନ କରିବା ଦୁରର କଥା ଲୋକ ମାନଙ୍କୁ ଖାଲି ହଇରାଣ କରୁଛନ୍ତି । ଗର୍ଭବତୀ ମହିଳା ଜଣକୁ ଛିଡା କରିଥିବା ଏହା ଏକ ଜ୍ବଳନ୍ତ ଉଦାହରଣ । ସୂଚନା ମୁତାବକ ସମ୍ପୃକ୍ତ ମହିଳା ଜଣଙ୍କ କୌଣସି କାମ ରେ ବ୍ୟାଙ୍କକୁ ଟଙ୍କା ନେବା ପାଇଁ ତାଙ୍କ ଆତ୍ମୀୟଙ୍କ ସହିତ ଆସିଥିଲେ । ଆସିଥିବା ବ୍ୟକ୍ତି ଜଣଙ୍କ ବ୍ୟାଙ୍କ କର୍ମଚାରୀଙ୍କୁ ଅନୁରୋଧ କରିଥିଲେ କି ମହିଳା ଜଣଙ୍କୁ ବସିବାକୁ ଦିଅନ୍ତୁ ହେଲେ ହେଲେ ବ୍ୟାଙ୍କ କର୍ମଚାରି ରୋକ୍ ଠୋକ୍ ମନା କରିଦେଥିଲେ ଏବଂ ସେହି ବ୍ୟକ୍ତି ଜଣଙ୍କ ଉପରେ ରାଗିଯାଇଥିଲେ । ଏହି ଦୃଶ୍ୟରେ ସମ୍ପୂର୍ଣ୍ଣ ପରିଲକ୍ଷିତ ହେଉଚିଯେ ସାମାଜିକ ଦୂରତା,ମାସ୍କ ପରିଧାନ ଏପରି କି ସମ୍ପୁର୍ଣ୍ଣ କୋଭିଡ଼ କଟକଣାକୁ ମାନି ଲୋକ ମାନେ ବ୍ୟାଙ୍କକୁ ଆସୁଛନ୍ତି ତାପରେବି ବ୍ୟାଙ୍କ କର୍ମଚାରୀ ମାନେ ଲୋକ ମାନଙ୍କୁ ଏପରି ଘୁର୍ଣ୍ୟ ବ୍ୟବହାର କାହିଁକି କରୁଛନ୍ତି ଏହା ସାଧାରଣ ଜନତାଙ୍କ ମନରେ ପ୍ରଶ୍ନବାଚି଼ ସୃଷ୍ଟି କରୁଛି । ରିପୋର୍ଟ – ଆରତ କୁମାର ହୋତା ।

Comments (0)
Add Comment