ମାଓ କ୍ୟାମ୍ପ ଠାବ ଛତ୍ରଭଙ୍ଗ ଦେଲେ ମାଓବାଦୀ ମାଓ ସାମଗ୍ରୀ ଜବତ ।

ନୂଆପଡା,(ପିପିଟି)୦୯/୦୫,ନୂଆପଡା ଜିଲ୍ଲାର ବୋଡେ଼ନ ପାଟଦରା ଜଙ୍ଗଲ ରୁ ମାଓ କ୍ୟାମ ଠାବ କରିଛନ୍ତି ଏସଓଜି ଟିମ୍ ।କମ୍ବିଂ  ଅପରେଶନ ବେଳେ ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ ।ଜଙ୍ଗଲରେ ଏବେ ବି କମ୍ବିଂ  ଅପରେଶନ ଜାରି ରହିଛି ।ଏନେଇ ସୂଚନା ଦେଇଛନ୍ତି ନୂଆପଡା ଏସପି ବିନୀତ ଅଗ୍ରୱାଲ ।ସୂଚନା ଯୋଗ୍ୟ ଯେ ଗତ ୭ ତାରିଖ ରେ ବୋଡେ଼ନ ଥାନା ପାଟଦରା ସଂରକ୍ଷିତ ଜଙ୍ଗଲ ଭିତରେ କ୍ୟାମ୍ପ କରି ମାଓବାଦୀ ରହୁଥିବା କୌଣସି ସୂତ୍ରରୁ ଖବର ପାଇବା ପରେ ଆରମ୍ଭ ହୋଇଥିଲା କମ୍ବିଂ  ଅପରେଶନ ।ଶୁକ୍ରବାର ପାଖାପାଖି ଦିନ ୧୨ଟା ସମୟ ରେ ପାତଦରା ଜଙ୍ଗଲ ଭିତରେ ଏସଓଜି ଯବାନ ମାନେ ଅପରେଶନ ସମୟରେ ମାଓବାଦୀ ମାନେ ପ୍ରଥମେ ଗୁଳିଚଳାଇବା ଆରମ୍ଭ କରିଥିଲେ ।ପରେ ଏସଓଜି ଯବାନ ମାନେ ଗୁଳି ଚାଲନା କରିଥିଲେ ।ଏହାପରେ ମାଓବାଦୀ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ ।ପାଖାପାଖି ୬ ରୁ ୭ ଜଣ ମାଓବାଦୀ ରହିଥିବା ସୂଚନା ମିଳିଛି ଓ ମାଓ କ୍ୟାମ ରୁ ସୋଲାରପ୍ଲେଟ, କାତି, କୋଡ଼ି, ଜୋତା,  ଖାଦ୍ୟ ସାମଗ୍ରୀ ମାଓ ପୁସ୍ତିକା ସହ ଅନେକ ମାଓ ସାମଗ୍ରୀ ଜବତ କରାଯାଇଛି ।
 ରିପୋର୍ଟ – ନିରାକାର ମେହେର ।

Comments (0)
Add Comment