ମାଓବାଦୀ ଓ ପୁଲିସ ମଧ୍ୟରେ ଗୁଳି ବିନିମୟ,ପୁଲିସ ଗୁଳିରେ ଦୁଇ ମାଓବାଦୀ ମୃତ ।

ଫୁଲବାଣୀ,୨୪/୦୭(ପିପିଟି); କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ସିର୍ଲା ପଞ୍ଚାୟତ ନାକୁଦୁପଡା ନିକଟ ଜଙ୍ଗଲରେ ପୁଣି ଗତକାଲି ପୋଲିସ ମାଓବାଦୀ ଗୁଳି ବିନିମୟ ହୋଇ ଦୁଇ ମାଓବାଦୀ ମୃତ୍ୟୁ ବରଣ କରିଛନ୍ତି। ଜଣେ ପୁରୁଷ ଓ ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଗତ କିଛିଦିନ ପୂର୍ବେ ଏହି ଜଙ୍ଗଲରେ ପୋଲିସ ଏନକାଉଣ୍ଟରରେ ୫ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା । ଗତ କାଲି ଦୁଇ ମାଓବାଦୀଙ୍କ ମୃତ୍ୟୁ ଜିଲ୍ଲାରେ ମାଓବାଦୀଙ୍କ ଉପସ୍ଥିତିକୁ ଦର୍ଶାଉଛି । ଜିଲ୍ଲାର ନୂତନ ଆରକ୍ଷୀ ଅଧିକ୍ଷକ ଭାବେ ବିନିତ ଅଗ୍ରୱlଲ ଦାୟିତ୍ୱ ଗ୍ରହଣ କରିବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଜିଲ୍ଲାରେ ମାଓଦମନ ତାଙ୍କର ପ୍ରଥମ ଲକ୍ଷ ରହିବ ବୋଲି ସୂଚନା ଦେଇଥିଲେ । ଗତକାଲିର ଏନକାଉଣ୍ଟର ଏସପି ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ସୂଚନାର ପ୍ରଥମ ସଫଳତା ବୋଲି ଚର୍ଚ୍ଚା ହେଉଛି ଏବଂ ଜିଲ୍ଲାର ବିଭିନ୍ନ ମହଲରୁ ପୋଲିସର ଏହିଭଳି ସଫଳତାକୁ ପ୍ରଶଂସା କରାଯାଇଥିବାବେଳେ ମାଓ ପ୍ରଭାବିତ ଅଞ୍ଚଳ ଗୁଡିକରେ ପୋଲିସ ପ୍ରତି ଭରଷା ସୃଷ୍ଟି ହୋଇଛି । ରାଜ୍ୟ ପୋଲିସ ମୁଖ୍ୟାଳୟ ଜିଲ୍ଲାର ପୋଲିସ ବିଭାଗର ମାଓଦମନ ପାଇଁ ଚାଲିଥିବା କାର୍ଯ୍ୟ ଦକ୍ଷତାକୁ ପ୍ରଶଂସା କରାଯାଇଥିବା ସୂଚନା ମିଳିଛି ।ପୁଲିସ ଡିଜି ଅଭୟ ମାଓବାଦୀଙ୍କୁ ଆହ୍ବାନ ଦେଇ କହିଛନ୍ତି ଯେ ରାଜ୍ୟ ସରକାର ଉଦାର ମନୋଭାବ ପୋଷଣ କରନ୍ତି ତେଣୁ ମାଓବାଦୀ ମାନେ ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ । ରିପୋର୍ଟ – ଶିବାନନ୍ଦ ପଟ୍ଟନାୟକ ।

Comments (0)
Add Comment