ମାଁ ଚାମୁଣ୍ଡେଶ୍ବର ମନ୍ଦିର ପାଦଦେଶରେ ବୃକ୍ଷରୋପଣ ।

ଦିଗପହଣ୍ଡି,୧୬/୦୮(ପିପିଟି); ଦିଗପହଣ୍ଡି ସହର ଉପକଣ୍ଠସ୍ଥ ଚାଙ୍ଗୁଡ଼ିଦେଇ ପର୍ବତ ମାଁ ଚାମୁଣ୍ଡେଶ୍ୱରୀ ମନ୍ଦିର ପାଦଦେଶରେ ରବିବାର ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ପ୍ରକୃତିବନ୍ଧୁ ପୁରଷ୍କାର ପ୍ରାପ୍ତ ସମୀରକାନ୍ତ ତ୍ରିପାଠୀ, ସମାଜସେବୀ ରମେଶ ବେଜ,କାଳୁଚରଣ ବେହେରା, ବାଳକ୍ରିଷ୍ଣା ପାଢ଼ୀ ପ୍ରମୁଖ ଆଜି ସେଣ୍ଟ୍ରାଲ ନର୍ସରୀରୁ ଗଛ ଚାରା ଆଣି ପୋତିଥିଲେ। ଏହି ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଆଗକୁ ମଧ୍ୟ ଜାରି ରହିବ ବୋଲି ମାଁ ଚାମୁଣ୍ଡେଶ୍ୱରୀ ମନ୍ଦିର ଉନ୍ନୟନ କମିଟି ପକ୍ଷରୁ ସୂଚନା ଦିଆଯାଇଛି।

Comments (0)
Add Comment