ବୋଲଗଡ଼,୦୨/୦୭(ପିପିଟି); ମହାଯୋଗୀ ଶ୍ରୀଅରବିନ୍ଦଙ୍କ ପବିତ୍ର ୧୫୦ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସର ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମାଟି ମା ଧରିତ୍ରୀଙ୍କ ବିଶ୍ଵ ପ୍ରକୃତିର ସୁରକ୍ଷା ସକାଶେ ଜୁଲାଇ ମାସ ୧ତାରିଖ ଠାରୁ ସାତ ଦିନ ପାଇଁ ବିଶ୍ୱ ବନ ମହୋତ୍ସବ ସପ୍ତାହ ପାଳନ କରାଯାଉ ଅଛି। ଏ ଅବସରରେ ମହାଯୋଗୀ ଶ୍ରୀଅରବିନ୍ଦଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଉଦ୍ଦେଶ୍ୟରେ ଶ୍ରୀଅରବିନ୍ଦ ଦିବ୍ୟଜ୍ୟୋତି ପାଠଚକ୍ର ଟ୍ରଷ୍ଟ ,ବୋଲଗଡ଼ ଦ୍ବାରା ପରିଚାଳିତ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ତରଫରୁ ପାଠଚକ୍ର ଓ ଶିକ୍ଷାକେନ୍ଦ୍ରର ଅପା ଭାଇ ,ଅଭିଭାବକ ମାନଙ୍କ ଉପସ୍ଥିତିରେ ଶ୍ରୀମାଙ୍କ ଯନ୍ତ୍ର ସଙ୍ଗୀତ ଗାନ ପରେ ଧୂପ ଅର୍ପଣ କରି ସ୍ଥାନୀୟ ସରପଞ୍ଚ ବବିତା ସାହୁ ଓ ବୋଲଗଡ଼ ଫରେଷ୍ଟର ପ୍ରଦୀପ କୁମାର ପଟ୍ଟନାୟକ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ବିଦ୍ୟାଳୟ ପ୍ରାଙ୍ଗଣରେ ବୃକ୍ଷ ରୋପଣ କରିଥିଲେ । ଏହି ବନ ସପ୍ତାହ ପାଳନ ଅବସରରେ ସମ୍ମାନୀତ ଅତିଥି ଭାବେ ବୋଲଗଡ଼ ପୂଜ୍ୟପୂଜା ସାସଂଦର ସମ୍ପାଦକ ବାଲ୍ମିକ ବଳିଆରସିଂହ ଯୋଗ ଦେଇଥିବା ବେଳେ ଅନୁଷ୍ଠାନର ପରିଚାଳନା କମିଟି ସଭ୍ଯ ଫକୀର ମୋହନ ଫତେସିଂହ, ଶାରଦା ପ୍ରସନ୍ନ ରଥ, ରଘୁନାଥ ଦଳବେହେରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଶିକ୍ଷା କେନ୍ଦ୍ରର ସମ୍ପାଦକ ବିଶ୍ବଜିତ୍ ମହାପାତ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଆଗାମୀ ସମୟରେ ମହାଯୋଗୀ ପ୍ରଭୁ ଶ୍ରୀଅରବିନ୍ଦଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଉଦ୍ଦେଶ୍ୟରେ ନିକଟସ୍ଥ ଗ୍ରାମ ଗୁଡ଼ିକର ରାସ୍ତା କଡରେ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରିବା ପାଇଁ ଶ୍ରୀଅରବିନ୍ଦ ଦିବ୍ୟଜ୍ୟୋତି ପାଠଚକ୍ର ଟ୍ରଷ୍ଟ ତରଫରୁ ନିଷ୍ପତ୍ତି ଗ୍ରହଣ କରାଯାଇ ଅଛି। ଉପସ୍ଥିତ ଅତିଥି ମାନେ ଦିବ୍ୟ ଜନନୀ ଶ୍ରୀମା ଓ ପ୍ରଭୁ ଶ୍ରୀଅରବିନ୍ଦଙ୍କର ଜୟହେଉ ନାରା ଦେବା ସହିତ ଗଛ ଲଗାଅ, ପରିବେଶ ବଞ୍ଚାଅର ସଚେତନ ବାର୍ତ୍ତା ପ୍ରଚାର କରିଥିଲେ । ପରିଶେଷରେ ଅନୁଷ୍ଠାନର ଉପସଭାପତି ଗୋପିନାଥ ଖାଡେଙ୍ଗା ଉପସ୍ଥିତ ସମସ୍ତ ଅତିଥି, ବିଦ୍ୟାଳୟର ଶିକ୍ଷକ ଅପା,ଭାଇ ଓ ଅଭିଭାବକ ମାନଙ୍କୁ ଧନ୍ଯବାଦ ଅର୍ପଣ କରିବା ସହିତ ଗଛ ଲଗାଇବା ପାଇଁ ଉତ୍ସାହିତ କରିଥିଲେ।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)