ମହାବିଦ୍ୟାଳୟରେ ବନମହୋତ୍ସବ ପାଳିତ ।

ପଦ୍ମପୁର,୨୦/୦୭(ପିପିଟି);ଆଜି ଅଞ୍ଚଳ ମହାବିଦ୍ୟାଳୟରେ ବନମହୋତ୍ସବ ପାଳିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ଯକ୍ଷ ଲଲିତେନ୍ଦୁ ନାୟକଙ୍କ ଅଧ୍ଯକ୍ଷତାରେ ଏହି କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇ ଥିଲା । ପଦ୍ମପୁର ରେଞ୍ଜର ପ୍ରମୋଦ ସାହୁ ମୂଖ୍ଯ ଅତିଥି ଭାବେ ଯୋଗ ଦେଇଥିଲେ। ଯୁବ ରେଡକ୍ରସ୍ କାଉନସେଲର ବିଦ୍ଯାଧର ଦାଶ ଏବଂ ରେଡକ୍ରସ୍ ଛାତ୍ର ପ୍ରତିନିଧି  ପୌଲସ୍ତ୍ୟ ସାହା ଏବଂ ଚନ୍ଦନ ସାହୁଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ଯାପକ ଅଧ୍ଯାପିକା ଏବଂ କର୍ମଚାରୀମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ସାମାଜିକ ଦୂରତାକୁ ଧ୍ଯାନ ଦିଆଯାଇ ଥିଲା । ପରିଶେଷ ରେ ଅଧ୍ଯକ୍ଷ ଶ୍ରୀ ନାୟକ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Comments (0)
Add Comment