ମଦ ମାଂସର ଆସର ଚାଲିଥିବା ବେଳେ ଢାବାରୁ କୋଭିଡ ଯୋଦ୍ଧାଙ୍କ ସମେତ ପାଞ୍ଚ ଗିରଫ,ତିନି ଫେରାର ।

କୋଦଳା,୧୩/୦୮(ପିପିଟି); ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଥିବା ବେଳେ ଜିଲ୍ଲାପ୍ରଶାସନ ଲକ୍ ଡାଉନ ଓ ଶନିବାର ରବିବାର ସଟ୍ ଡାଉନ ଘୋଷଣା କରି ଯେଉଁମାନେ ଏହି ନିୟମ ନ ମାନିବେ ତାକୁ ଦଣ୍ଡ ବ୍ଯବସ୍ଥା ଥିବା ସୂଚାଇଛନ୍ତି । କିଛି ଅମାନିଆ ଏହାକୁ ଗୁରୁତ୍ଵ ନ ଦେଇ ପୋଲିସ ହାତରେ ଧରାପଡିଥିବା ଜଣାପଡ଼ିଛି । ବୁଧବାର ଦୁଇଜଣ କୋଭିଡ ଯୋଦ୍ଧାଙ୍କ ଏକ ଢାବାରୁ ବିଦେଶୀ ମଦ ମାଂସ ସହିତ ପାଞ୍ଚଜଣ ଗିରଫ ହୋଇଥିବା ଜଣା ପଡିଛି । ପୁରୁଷୋତ୍ତମ ପୁର ଏସଡିପିଓ ସିମା ସ୍ବାଇଁଙ୍କ ସୂଚନା ପ୍ରକାରେ କୋଭିଡ କଟକଣା କୁ ଖାତିର ନ କରି ଦୁଇ କୋଭିଡ ଯୋଦ୍ଧା ସାମ୍ବାଦିକ ଦିଗାପଡା ରୋଡ ରେ ଥିବା ଏକ ଢାବାରେ ବିଳମ୍ବିତ ରାତି ପର୍ଯନ୍ତ ମଦ ମାଂସ ର ଆସର ଚଳାଇ ଥିବାର ଖବର ମିଳିଥିଲା । ବୁଧବାର ସେଠାରେ ଆସର ଚାଲୁଥିବା ଖବର ପାଇ ରାତ୍ର ୯ ଘଣ୍ଟ ୧୦ ମିନଟ ସମୟ ରେ କୋଦଳା ପୋଲିସ ସହାୟତା ନେଇ ଢାବା ଉପରେ ଅତର୍କିତ ଚଢ଼ାଉ କରି ଚିକେନ ପକୋଡା,ମଦ ଓ ୬ ଗୋଟି ମୋଟର ସାଇକଲ ସହିତ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଛି ଓ ତିନି ଫେରାର ହୋଇଯାଇଛନ୍ତି । ଗିରଫ ପାଞ୍ଚ ଜଣଙ୍କ ମଧ୍ୟ ରେ ଜଣେ କୋଭିଡ ଯୋଦ୍ଧା ବ୍ୟବସାୟୀ ଏବଂ ଅନ୍ୟ ଚାରି ଗ୍ରାହାକ ବୋଲି ଏସଡିପିଓ ପ୍ରକାଶ କରିଛନ୍ତି ।ଗୁରୁବାର ଚାରିଜଣଙ୍କୁ ମେଡିକାଲ ଚେକାପ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଜଣଙ୍କୁ ଅଟକ ରଖି ପଚରା ଉଚରା କରାଯାଉଛି ।ସେମାନଙ୍କ ବିରୁଦ୍ଧ ରେ କୋଦଳା ଥାନା କେସ ନମ୍ବର 321/2020 ରେ ମାମଲା ରୁଜୁ କରାଯାଇଥିବା ବେଳେ ବର୍ତ୍ତମାନ ଅଧିକ ତଦନ୍ତ ଚାଲୁ ରହିଛି । ଦୁଇ ବ୍ୟବସାୟୀ କୋଭିଡ ଯୋଦ୍ଧାଙ୍କ ମଧ୍ୟରୁ ଜଣେ କୋଭିଡ ଯୋଦ୍ଧାଙ୍କ ସମେତ ତିନିଜଣ ଫେରାରଙ୍କୁ ଖୋଜାଚାଲିଛି ବୋଲି ଥାନା ଅଧିକାରୀ ଦେବାଶିଷ ମହାନ୍ତି ପ୍ରକାଶ କରିଛନ୍ତି ।

Comments (0)
Add Comment