ଭୋକିଲା ପଶୁଙ୍କୁ ଖାଦ୍ୟ ଦେଉଛନ୍ତି ପଶୁ ସେବା ସଂଘ

ପୋଲସରା,(ପିପିଟି ନ୍ଯୁଜ୍)୨୯/୦୩ କୋଭିଡ୍ -୧୯ ପାଇଁ ଲକ୍ ଡାଉନ ଯୋଗୁଁ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି ବୁଲା ଗାଈ,କୁକୁର ଓ ପକ୍ଷୀ ମାନେ ।ସିମିତ ପରିବା ବଜାର ଓ ବଳକା ଖାଦ୍ୟର ଅଭାବ ଯୋଗୁଁ ଖାଦ୍ଯ ନପାଇ ବୁଲା ଗାଈ ଓ କୁକୁର ମାନଙ୍କ ଅବସ୍ଥାକୁ ନଜରରେ ରଖି ସେମାନଙ୍କୁ ଖାଦ୍ୟ ଦେବା ପାଇଁ ଆଗକୁ ଆସିଛି ପୋଲସରାର ଅଗ୍ରଣୀ “ପଶୁ ସେବା ସଂଘ ” ର ସଦସ୍ୟ ମାନେ ।ସଂଗଠନର ମୁଖ୍ୟ ବିକ୍ରମ ପ୍ରଧାନଙ୍କ ନେତୃତ୍ବରେ ସୁଶାନ୍ତ ବେହେରା,ଶ୍ରୀକାନ୍ତ ସାହୁ ପ୍ରମୁଖ ରୁଟି,ଭାତ,ପରିବା,ପେଜ,କୁଣ୍ଡା ଆଦି ଧରି ପୋଲସରା ସହରରେ ବୁଲି ବୁଲି ଭୋଲିଲା ପଶୁଙ୍କୁ ଖାଦ୍ୟ ଦେଉଛନ୍ତି ।ଏହି କାର୍ଯ୍ୟକ୍ରମ ପାଇଁ ନିଜସ୍ୱ ଅର୍ଥ ଏବଂ କିଛି ବାଦାନ୍ଯ ବ୍ଯକ୍ତିଙ୍କ ସହାୟତାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।କାର୍ଯ୍ୟକ୍ରମକୁ ଚାଲୁ ରଖିବା ପାଇଁ ସଂଗଠନ ସମସ୍ତଙ୍କର ସହଯୋଗ କାମନା କରିଛି ।ଏହି ଭଳି କାର୍ଯ୍ୟକୁ ସାଧାରଣରେ ପ୍ରସଂଶା କରାଯାଇଛି ।

Comments (0)
Add Comment