ବ୍ରହ୍ମପୁର, ୨୮/୧୨(ପିପିଟି): ଭିଜିଲାନ୍ସ ପଞ୍ଝାରେ ପଡ଼ିଲେ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ବଂଶୀଧର ସେଠୀ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ବ୍ରହ୍ମପୁର ଗ୍ରାମୀଣ କାର୍ଯ୍ୟ ଉନ୍ନୟନ ବିଭାଗ-୨ କନିଷ୍ଠ ଯନ୍ତ୍ରୀ ବଂଶୀଧର ସେଠୀଙ୍କ ଘରେ ଭିଜିଲାନ୍ସର ଚଢ଼ଉ କରିଛି । ଦିଗପହଣ୍ଡିସ୍ଥିତ ଅଫିସ କାର୍ଯ୍ୟାଳୟ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ ଟିମ୍। ବ୍ରହ୍ମପୁର ଶକ୍ତିନଗର ଦ୍ବିତୀୟ ଲେନ୍ସ ସ୍ଥିତ ତିନି ମହଲା କୋଠାଘର , ପୋଲସରା ଚିରିକିପଡା ଶାସନସ୍ଥିତ ପୈତୃକ ଘର , ବ୍ରହ୍ମପୁର ଲୋଚପଡାସ୍ଥିତ ସମ୍ପର୍କୀୟଙ୍କ ଘରେ ଚଢାଉ ଚାଲିଛି । ଏହି ଚଢ଼ଉରେ ୨ ଜଣ ଡି.ଏସ୍.ପି ଙ୍କ ସମେତ ୬ ଜଣ ଇନ୍ସ୍ପେକ୍ଟର ଏବଂ ଅନ୍ୟ ଭିଜିଲାନ୍ସ ଅଧିକାରୀ ମାନେ ଚଢ଼ାଉରେ ନିୟୋଜିତ ଅଛନ୍ତି । ଚଢ଼ଉ ବେଳେ ବହୁ ଗୁରୁତ୍ବପୂର୍ଣ୍ଣ ଫାଇଲ ଓ କାଗଜ ପତ୍ର ଜବତ କରାଯାଇଛି । ବର୍ତ୍ତମାନ ସମ୍ପତ୍ତିର ଯାଞ୍ଚ ଚାଲିଛି ।
(ରିପୋର୍ଟ- ଆରତ କୁମାର ହୋତା। )