ଭାରତୀୟ ଜନତା ଯୁବ ମୋର୍ଚ୍ଚା ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ ।

ପଦ୍ମପୁର,(ପିପିଟି ନ୍ଯୁଜ୍)୩୦/୦୫,ସମଗ୍ର ବିଶ୍ୱ କୁ କରୋନା ଭୁତାଣୁ ପାଇଁ ପ୍ରଭାବିତ ଥିବା ବେଳେ ପଦ୍ମପୁର ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ଲଗାତାର ରକ୍ତଦାନ ଶିବିର କରାଯାଉଥିବା ବେଳେ ଆଜି ଲଖମରା ମଣ୍ଡଳ ର ବୁକୁରାମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ମଧ୍ୟ ଭାରତୀୟ ଜନତା ଯୁବମୋର୍ଚ୍ଚା  ସଦସ୍ୟ ମାନଙ୍କ ବିର ସାବରକର ଯୁବକ ସଙ୍ଘ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ଏହି ଶିବିର ରେ ୧୮ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଉକ୍ତ ଶିବିର ରେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ବରଗଡ଼ ଜିଲ୍ଲା ଯୁବମୋର୍ଚା ସଭାପତି ପ୍ରିତେଶ କୁମାର ବହିଦାର ଉପସ୍ଥିତ ରହି କର୍ମୀ ତଥା ରକ୍ତ ଦାତା  ମାନଙ୍କର ଉତ୍ସାହ ବଢାଇଥିବା ବେଳେ ଲଖମରା ମଣ୍ଡଳ ସଭାପତି ଭୀଷ୍ମଦେଵ ସାହୁ, ଜଗନ୍ନତ ଛାତ୍ରୀଆ, ଦ୍ରୋଣ ବେହେରା ଜଗଦଲପୁର ମଣ୍ଡଳ ସଭାପତି, ହରେକୃଷ୍ଣ ପଟେଲ, ବରିଷ୍ଠ ନେତା ଲିଙ୍ଗରାଜ ପଧାନ, ଅଜିତ କୁମାର ସାହୁ, ଯୁଧିଷ୍ଠିର ନାୟକ, ଦୁଷ୍ମନ୍ତ ସାହୁ, ଯୁବନେତା ନରେଶ ସୁନ୍ଦର ସାହୁ, ଇଞ୍ଜିନିୟର କୁନାଲ ପାଣିଗ୍ରାହୀ, ରାଜୀବ ଲୋଚନ ବଗର୍ତ୍ତି ପ୍ରମୁଖ ରକ୍ତଦାନ ଶିବିରକୁ ସୁଚାରୁ ରୂପେ ସଫଳ କରିଥିଲେ ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Comments (0)
Add Comment