ଭଞ୍ଜନଗରରେ ରେକର୍ଡ, ଦିନକରେ ୨୫ ଆକ୍ରାନ୍ତ ଚିହ୍ନଟ ।

ଭଞ୍ଜନଗର,୦୨/୦୭(ପିପିଟି); ଦିନକୁ ଦିନ ଭଞ୍ଜନଗର ଅଞ୍ଚଳରେ କରୋନା କୁ ନେଇ ସ୍ଥିତି ବିଗିଡ଼ି ବାରେ ଲାଗିଛି।ପ୍ରଶାସନ ତରଫରୁ ବାରମ୍ବାର ଲୋକଙ୍କୁ ସଚେତନ କରାଯାଉଥିଲେ ମଧ୍ୟ ସେମାନେ ଏହାକୁ ଗୁରୁତ୍ୱ ର ସହ ନେଉନ ଥିବାରୁ କରୋନା ନିୟନ୍ତ୍ରଣ ପାଇଁ ଚିନ୍ତା ବଢ଼ି ଚାଲିଛି।ଗତକାଲି ମିଳିଥିବା ରିପୋର୍ଟ ଅନୁସାରେ ଗୋଟିଏ ଦିନରେ ଭଞ୍ଜନଗର ଅଞ୍ଚଳରେ ୨୫ଟି ନୂତନ ପଜିଟିଭ କେଶ ସାମ୍ନାକୁ ଆସିଛି।ସେଥି ମଧ୍ୟରୁ ପୋଲିସ କର୍ମଚାରୀ ୧୧ଜଣ,ଜଣେ ଡାକ୍ତର, ଜଣେ ଅଙ୍ଗନବାଡି କର୍ମୀ, ଜଣେ ବନ କର୍ମଚାରୀ, ଭଞ୍ଜନଗର ବ୍ଲକର ବିଭିନ୍ନ ସ୍ଥାନରୁ ୪ଜଣ ଏବଂ ବାକି ଆକ୍ରାନ୍ତ ଏନ.ଏ.ସି ଅଞ୍ଚଳର ବୋଲି ଜଣାପଡ଼ିଛି।ତେଣୁ ସମସ୍ତେ କୋଭିଡ଼ ନିୟମ ପାଳନ କରି ବାହାରକୁ ନବାହାରି ଘରେ ସୁରକ୍ଷିତ ରହିବା ଜରୁରୀ ହୋଇ ପଡ଼ିଛି।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Comments (0)
Add Comment