ବ୍ଲକ ସ୍ତରୀୟ ପ୍ରାକୃତିକ ବପର୍ଯ୍ୟୟ ମୁକାବିଲା ପାଇଁ ପ୍ରଶିକ୍ଷଣ ।

ପଦ୍ମପୁର,ତା- ୧୯/୦୬(ପିପିଟି); ବରଗଡ ଜିଲ୍ଲା ରାଜ ବୋଡାସମ୍ବର ବ୍ଲକ ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ  ମୁକାବିଲା ସକାଶେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପଦ୍ମପୁର ତହସିଲଦାର ସରୋଜିନୀ ପ୍ରଶନ୍ନ କୁଲୁ ଯୋଗଦାନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ।ସ୍ଥାନୀୟ ଭାରପ୍ରାପ୍ତ ଅଗ୍ନିଶ୍ରମ ସେବା ଅଧିକାରୀ ଅଶ୍ୱିନୀ ବାଗ,ଫାୟାର ମେନ ନେବହରି ବେହେରା, ହାବିଲଦାର ତପନ କୁମାର ବେହେରା ଏବଂ ସମସ୍ତ ଅଗ୍ନିଶ୍ରମ ବିଭାଗର କର୍ମଚାରୀ ମାନେ ଯୋଗଦାନ କରି ବିପର୍ଯ୍ୟୟ ପରିଚାଳନା ସମ୍ପର୍କ ରେ ବିଭିନ୍ନ କୌଶଳ ପ୍ରଦର୍ଶନ କରିବା ସହିତ ବିପର୍ଯ୍ୟୟ ପରିଚାଳନାର ବିଭିନ୍ନ ଦିଗ ଉପରେ ଲୋକଙ୍କୁ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ରାଜ ବୋଡାସମ୍ବର ବ୍ଲକର ଏ.ବି.ଡି.ଓ ସୋନୁ ବାଗ, ସହକାରୀ ନିର୍ବାହିଯନ୍ତ୍ରୀ ଟିକେଚାନ୍ଦ କାଲୋ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ  ଦିଲ୍ଲିପ କୁମାର ପ୍ରଧାନଙ୍କ ସମେତ ତହସିଲ ଓ ଉପଜିଲ୍ଲାପାଳ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ତଥା ଜନସାଧାରଣ ଉପସ୍ଥିତ ଥିଲେ । ଶେଷରେ ପଦ୍ମପୁରର କାର୍ଯ୍ୟରତ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ  ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Comments (0)
Add Comment