ବ୍ଲକ ଅଫିସ ସାମ୍ନାରେ ବସ ଛାଡି ପଳେଇଲା, ବ୍ଲକ କର୍ତ୍ତୃପକ୍ଷଙ୍କ ଦ୍ୱାରା କ୍ବାରେଣ୍ଟାଇନରେ ଭର୍ତ୍ତି ହେଲେ ପ୍ରବାସୀ ଓଡ଼ିଆ ।

ଦିଗପହଣ୍ଡି,(ପିପିଟି ନ୍ଯୁଜ୍)୧୬/୫,ବ୍ଲକ ଅଫିସ ସାମ୍ନାରେ ବସ ଛାଡି ପଳେଇଲା, ବ୍ଲକ କର୍ତ୍ତୃପକ୍ଷଙ୍କ ଦ୍ୱାରା କ୍ବାରେଣ୍ଟାଇନରେ ଭର୍ତ୍ତି ହେଲେ ପ୍ରବାସୀ ଓଡ଼ିଆ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକରେ। କିଛି ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରିଥିବା ଏକ ବସ ଆଜି ସକାଳେ ବ୍ଲକ ଅଫିସ ସମ୍ମୁଖରେ ସେମାନଙ୍କୁ ଛାଡିଦେଇ ଚାଲିଯାଇଥିଲା। ପରେ ବିଡ଼ିଓ ହଳଧର ଶବର ଏବଂ ସମାଜ ମଙ୍ଗଳ ଅଧିକାରୀ ଜିତେନ୍ଦ୍ର ମାଲ୍ୟାଙ୍କ ଦ୍ୱାରା ଉକ୍ତ ପ୍ରବାସୀ ଓଡ଼ିଆ ମାନଙ୍କୁ ବ୍ଳକର ପୃଥକ ପୃଥକ ପଂଚାୟତର ବିଭିନ୍ନ ସଙ୍ଗ ରୋଧ କେନ୍ଦ୍ରଗୁଡିକରେ ଥଇଥାନ ନେଇ ଭର୍ତ୍ତି କରାଯାଇଥିଲା।
ରିପୋର୍ଟ – ସାଇଦୀପ ପୂଜାରୀ ।

Comments (0)
Add Comment