ବୌଦ୍ଧ ଜିଲ୍ଲା ସିପିଆଇ ପକ୍ଷରୁ ପ୍ରତିବାଦ ।

ବୌଦ୍ଧ,(ପିପିଟି ନ୍ଯୁଜ୍)୧୯/୦୫,ଆଜି ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସିପିଆଇ ପକ୍ଷରୁ ଅଟକି ରହିଥିବା ଶ୍ରମିକଙ୍କୁ ସୁବିଧାରେ ଫେରାଇ ଆଣିବା ପାଇଁ ଖାଦ୍ୟ ଓ ଜଳ ବ୍ୟବସ୍ଥାଥାଇ ଅଧିକ ଟ୍ରେନ ଓ ବସ ପ୍ରଚଳନ ,ପ୍ରତ୍ୟେକ ପ୍ରବାସୀ ଶ୍ରମିକଙ୍କୁ ଯାତାୟତ ଖର୍ଚ୍ଚସହ ୧୦,୦୦୦ ଟଙ୍କା ପ୍ରଦାନ ,ସମସ୍ତ ଯୁବକଙ୍କୁ ତୁରନ୍ତ କର୍ମଯୋଗାଣ,ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କର ସମସ୍ତ ଫି ଛାଡ,ଗ୍ରାମାଞ୍ଚଳର ଗରିବ ଗ୍ରାମ୍ୟକାରିଗର,କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ ବିନା ସର୍ତ୍ତରେ ରାସନ ଯୋଗାଣ ସହ ମାସିକ ୧୦୦୦୦ଟଙ୍କା ପ୍ରଦାନ,ଶ୍ରମ ନିର୍ଘଣ୍ଟ ୧୨ ଘଣ୍ଟା ବୃଦ୍ଧିନକରି ୦୮ ଘଣ୍ଟା ପ୍ରଚଳନ ପ୍ରଭୃତି ଦାବୀରେ ସର୍ବଭାରତୀୟ ପ୍ରତିବାଦ ଦିବସ ଅବସରରେ ବୌଦ୍ଧ ଜିଲ୍ଲାକମିଟି ପକ୍ଷରୁ ଛତ୍ରଙ୍ଗଠାରେ ଜିଲ୍ଲା ସମ୍ପାଦକ ଅବକାଶ ସାହୁଙ୍କ ସଭାପତିତ୍ବରେ ଶାରୀରିକ ଦୂରତା ଅବଲମ୍ବନ କରି ଏକ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା ।ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସିପିଆଇ ହରଭଙ୍ଗା ଜୋନ ସମ୍ପାଦକ ଜୟନ୍ତ ଦେହୁରୀ,ଭୀମସେନ ଘିବଲା, ଅଜିତ ବାଇ,ସନ୍ତୋଷ ସାହୁ,ପ୍ରକାଶ ରଣା,ମନୋଜ ସାହୁ,ସତ୍ୟବାନ ସାହୁ,ସୁବଳ ଦୀପ,ମନୋଜ ସାହୁ,ସିଦ୍ଧାନ୍ତ ମଲିକ,ସାଗର ଦଳବେହେରା,ନରେନ୍ଦ୍ର ସିଂ ପ୍ରମୁଖଙ୍କ ନେତୃତ୍ବରେ ଶତାଧିକ ପାର୍ଟି ସଭ୍ୟ ଏହି ପ୍ରତିବାଦ ସଭାରେ ଯୋଗଦେଇଥିଲେ ।

Comments (0)
Add Comment