ବେଲଗୁଣ୍ଠା,୧୪/୦୧(ପିପିଟି):ପବିତ୍ର ମକର ସଂକ୍ରାନ୍ତି ଓଡ଼ିଆ ମାନଙ୍କ ଏକ ପ୍ରମୁଖ ପର୍ବ ହୋଇଥିବା ବେଳେ ଦେଶ ସାରା ବିଭିନ୍ନ ନାମରେ ଏହା ପାଳିତ ହୋଇଥାଏ । ଏହି ପର୍ବ ଓଡ଼ିଶାର କୋଣ ଅନୁକୋଣରେ ଉତ୍ସାହର ସହିତ ପାଳନ କରାଯାଇଥାଏ । ମନ୍ଦିର ମାଳିନୀ ବେଲଗୁଣ୍ଠା ସହରରେ ମକର ସଂକ୍ରାନ୍ତି ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଅଛି । ଦିନ ତମାମ ପ୍ରଭ ବାଲୁଙ୍କେଶ୍ୱର,ଲକ୍ଷ୍ମୀ ନୃସିଂହ, ବୈଦ୍ୟନାଥ,ଚନ୍ଦ୍ର କଳ୍ପେଶ୍ୱର,ମାଁ ବ୍ରାହ୍ମଣ ଦେବୀ, ମାଁ ବୁଢୀମା ଠାକୁରାଣୀ,ମାଁ ଦଣ୍ଡ କାଳୀ ଆଦି ମନ୍ଦିରରେ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା ।ବେଲଗୁଣ୍ଠାର ଆରାଧ୍ୟ ଦେବ ଶ୍ରୀ ଲକ୍ଷ୍ମୀ ନୃସିଂହଙ୍କ ସପନ ମାନସିକ ମେଳାର ୨୯ତମ ଯାତ୍ରା ମହୋତ୍ସବ ଓ ବାଙ୍କ ବଜାର ରୁଦ୍ର କାଳୀଙ୍କ ପ୍ରଥମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଅଛି । ପ୍ରାତଃ ସମୟରେ ମହାପ୍ରଭୁଙ୍କ ମହାସ୍ନାନ,ଦିନ ବେଳେ ପୂଜା,କର୍ମ ଓ ପୁର୍ଣ୍ଣାହୁତି ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟା ସମୟରେ ଏକ ଲକ୍ଷ ଆଠ ଆରତୀ ଅନୁଷ୍ଠିତ ହୋଇଥିଲା । ଆରତୀ ଦେଖିବା ପାଇଁ ଦୂର ଦୂରାନ୍ତରୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ସପନ ମାନସିକ ମେଳାର ପ୍ରତିଷ୍ଠାତା ମହେଶ୍ୱର ପତିଙ୍କ ପୌରହିତ୍ୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ପୂଜକ ପ୍ରଶନ୍ନ କୁମାର ପତି, ଦିଲ୍ଲୀପ ପତି,ବ୍ରଜେନ୍ଦ୍ର ପତି, ରବୀନ୍ଦ୍ର ତ୍ରିପାଠୀ,ହାଡୁ ବନ୍ଧୁ ପତି, ଗୌରୀ ପତି , ପବିତ୍ର କୁମାର ପଣ୍ଡା,କାଳୀ ପ୍ରସାଦ ସାମନ୍ତରା, ନାରାୟଣ ସ୍ୱାର ପ୍ରମୁଖ ପରିଚାଳନା କରିଥିଲେ ।ସେହିପରି ଖଦାନ ସାହି ରୁଦ୍ର କାଳୀଙ୍କ ମନ୍ଦିରର ପ୍ରଥମ ପ୍ରତିଷ୍ଠା ବାର୍ଷିକୀ ପାଳିତ ହେଇଯାଇଛି । ମାଁ ଙ୍କ ଷୋଡ଼ଶ ଉପଚାର ପୂଜା, ମହାସ୍ନାନ ଓ ପୁର୍ଣ୍ଣାହୂତି ଅନୁଷ୍ଠିତ ହୋଇଥିଲା । ରୁଦ୍ର ପାନୀୟ ମନ୍ଦିରର ପରିଚାଳନା କମିଟି ସଭାପତି କେ.ଜିତେନ୍ଦ୍ର ସୁବୁଦ୍ଧି, ଦଣ୍ଡ ପରିଚାଳନା କମିଟି ମୁଖ୍ୟ ଚିନଂ ଲିଙ୍ଗରାଜ ପାତ୍ର, ଉପଦେଷ୍ଟା ଭି ଦେବୀ ପ୍ରସାଦ ପାତ୍ର, ସମ୍ପାଦକ ବାଳକୃଷ୍ଣ ପାତ୍ର, ଜଗନ୍ନାଥ ନାବିକ ଏବଂ ଖଦାଳ ସାହି ବାସିନ୍ଦା ସହଯୋଗ କରିଥିବା ବେଳେ ଯଜ୍ଞ କର୍ତ୍ତା ଭାବେ ପ୍ରଶାନ୍ତ କୁମାର ପାଣିଗ୍ରାହୀ ସପତ୍ନୀକ କାର୍ଯ୍ୟ ସମାପନ କରିଥିଲେ ।ମକର ଉତ୍ସବ ଅବସରରେ ବେଲଗୁଣ୍ଠା ବଡ଼ଦାଣ୍ଡରେ ପ୍ରହଲ୍ଲାଦ ନାଟକ, ସୁଭଦ୍ରା ପରିଣୟ,ଗାହାଣ ଆଦି ଲୋକନୃତ୍ୟ ଅନୁଷ୍ଠିତ ହୋଇଥିଲା ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )