ବେଲଗୁଣ୍ଠାରୁ ଜଣେ କରୋନା ଯୋଦ୍ଧାଙ୍କ ସମେତ ଆଉ ଚାରି ପଜିଟିଭ ଚିହ୍ନଟ ।

ବେଲଗୁଣ୍ଠା,୧୮/୦୬(ପିପିଟି); ବେଲଗୁଣ୍ଠା ବ୍ଲକ ଓ ଏନ୍ଏସି ଆଉ ଚାରିଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।ଏମାନଙ୍କ ମଧ୍ୟରେ  ଜଣେ କରୋନା ଯୋଦ୍ଧା ମଧ୍ୟ ପଜିଟିଭ ଥିବା ଜଣା ପଡିଛି ।ପାଞ୍ଚ  ଦିନ ମଧ୍ୟରେ ବେଲଗୁଣ୍ଠା ଏନ୍ଏସିର ଜଣେ ଓ ବ୍ଲକ ଅଂଚଳରୁ ୧୧ଜଣଙ୍କୁ ମିଶାଇ ସଙ୍ଗରୋଧ କେନ୍ଦ୍ର ବାହାରୁ ୧୨ ଜଣ ଚିହ୍ନଟ ହେଲେଣି । ଗତକାଲି ଚିହ୍ନଟ ହୋଇଥିବା ଚାରି ଜଣଙ୍କ  ମଧ୍ୟରୁ ତନରଡ଼ାର କରୋନା ଯୋଦ୍ଧା ତଥା ୪୩ବର୍ଷୀୟ ଜଣେ ଶିକ୍ଷକ ଅନ୍ତର୍ଭୁକ୍ତ ।ଶିକ୍ଷକ ଜଣକ ଢୁମୁଛାଇ ପଞ୍ଚାୟତ କେବୀରୀ ୟୁପି ସ୍କୁଲ ସଂଗରୋଧ କେନ୍ଦ୍ରରେ ମେ ୧୩ ଠାରୁ ଜୁନ ୧୧ତାରିଖ ପର୍ଯ୍ୟନ୍ତ ଡ୍ଯୁଟି କରୁଥିଲେ ।ସେହିପରି ବେଲଗୁଣ୍ଠା ଏନ୍ଏସି  ମୁଖ୍ୟ ସଡକରେ ଔଷଧ ଦୋକାନ କରିଥିବା ୪୨ବର୍ଷୀୟ ବ୍ଯକ୍ତିବି ପଜିଟିଭ ଚିହ୍ନଟ ହୋଇଛନ୍ତି ।ତାଙ୍କ  ପତ୍ନୀ ମହାରାଷ୍ଟ୍ରରୁ ୧୨ ତାରିଖରେ ବିମାନ ଯୋଗେ ଭୁବନେଶ୍ଵରରେ ପହଞ୍ଚିଥିଲେ ।ସ୍ଵାମୀଙ୍କ ଚିହ୍ନଟ ପରେ ଆଜି ସ୍ତ୍ରୀର  ମଧ୍ୟ ସ୍ଵାବ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି ।ସେହିପରି ଜୀରୋଲୀ ଗ୍ରାମର ଜଣେ ୫୦ବର୍ଷୀୟ ପୁରୁଷ ଓ ଗୀରୀସୋଲା ଗ୍ରାମର ୪୧ବର୍ଷୀୟା ମହିଳା ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି ।ଏହି ଦୁଇ ଜଣ ଗତ ରବିବାର ଓ ସୋମବାର ଦିନ ବେଲଗୁଣ୍ଠା ବ୍ଲକ ବଂକା ପଞ୍ଚାୟତ  ପୂର୍ବରୁ ଚିହ୍ନଟ ହୋଇଥିବା ଗୀରୀସୋଲା ଗ୍ରାମର ୬ ଜଣ ଦୋକାନୀ ଓ ଜୀରୋଲୀ ଗ୍ରାମର ଦୁଇ ଜଣ ଦୋକାନୀଙ୍କ ସଂସ୍ପର୍ଶରେ ଆସିଥିଲେ । ଏମାନଙ୍କୁ ସଙ୍ଗରୋଧରେ ରଖାଯାଇ ସ୍ଵାବ ପରୀକ୍ଷା ପାଇଁ ପଠା ଯାଇଥିଲା ।ଗତକାଲି ଏହି ଦୁଇ ଜଣଙ୍କ  ରିପୋର୍ଟ ପଜିଟିଭ ଆସିଥିଲା ।ଏମାନେ ସମସ୍ତଙ୍କୁ  କୋଭିଡ ଭେନରେ ଭଞ୍ଜନଗର  ସ୍ଥିତ କୋଭିଡ୍ କେର୍  ସେଣ୍ଟେରକୁ ପଠାଯାଇଛି ।
ରିପୋର୍ଟ – ଶିବରାମ ଚୌଧୁରୀ ।

Comments (0)
Add Comment