ବେଗୁନିଆପଡା ବ୍ଲକର କିଛି ପଞ୍ଚାୟତକୁ କଣ୍ଟେନମେଣ୍ଟ ଓ ବଫର ଜୋନ ଘୋଷଣା ।

କୋଦଳା,୦୫/୦୭(ପିପିଟି) ;ଦିନକୁ ଦିନ ମହାମାରୀ କରୋନା ଭୟଙ୍କର ଭାବେ ନିଜର କାୟାବିସ୍ତାର କରିଚାଲିଛି । ବେଗୁନିଆପଡା ବ୍ଲକରେ ବି ଏହି ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ ଜିଲ୍ଲାପାଳ ବାରମ୍ବାର ବେଗୁନିଆପଡା ଆସି ପ୍ରଶାସନକୁ ସଜାଗ ରଖି ଲୋକଙ୍କୁ ସଚେତନ କରିଛନ୍ତି ।ରବିବାର ଜିଲ୍ଲାପାଳ ବିଜୟ ଅମ୍ରୂତ କୁଲାଙ୍ଗେ ଏହି ବ୍ଲକ ଅନ୍ତର୍ଗତ ତାଳସର ପଞ୍ଚାୟତର ହଂସତୁଳୀ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିଥିବା ବେଳେ ସେହି ପଞ୍ଚାୟତର ଗୋପାଳପୁର , ଭାବିନିପୁର , ତାଳସର ଏବଂ ଷଣ୍ଢମୂଳ ପଞ୍ଚାୟତର ରାହାଡା ଓ ଅଙ୍ଗାର ଗାଁ ପଞ୍ଚାୟତର ନୁଆଗଡ ,ଫାରକାପଲୀ ,କୁମ୍ଭାର ଗାଁ ପଞ୍ଚାୟତ ତାଳ ଗାଁକୁ ବଫର ଜୋନ ଭାବେ ଘୋଷଣା କରିଥିବା ଜଣାପଡ଼ିଛି ।ଏହା ମଧ୍ୟରେ ଆଜି କୋଦଳା ଅଗ୍ନୀଶମ ବିଭାଗ ପକ୍ଷରୁ   ହଂସତୁଳୀ ଗ୍ରାମକୁ ବିଶୋଧିତ କରାଯାଇଛି ।

Comments (0)
Add Comment