ବୁରିପଦର ମିଶନ ସେଣ୍ଟର ପକ୍ଷରୁ ରୋଷେଇ ସାମଗ୍ରୀ ପ୍ରଦାନ ।

ରାମନାଗୁଡା,(ପିପିଟି)୦୭/୦୬,ରାମନାଗୁଡା କରୋନା ମୁକାବିଲା ପାଇଁ ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ପାରିଖିତି ପଞ୍ଚାୟତ ଅଧିନ କାମନାଗୁଡା ଗ୍ରାମରେ ବୁରିପଦର ମିଶନ ସେଣ୍ଟର ପକ୍ଷରୁ ଶନିବାର ଦିନ ରୋଷେଇ ସାମଗ୍ରୀ ପ୍ରଦାନ କରାଯାଇଛି। କାମନାଗୁଡା ଗ୍ରାମରେ ଆୟୋଜିତ ସାମଗ୍ରୀ ପ୍ରଦାନ ସମୟରେ ପାରିଖିତି ସରପଞ୍ଚ ଗାୟତ୍ରୀ ମାଣ୍ଡାଙ୍ଗି, ବୁରିପଦର ମିଶନ କାଉନସିଲର ବୁଦ୍ଧେଶ୍ୱର ମାଣ୍ଡାଙ୍ଗି, ମିଶନର କୋଷାଧ୍ୟକ୍ଷ ଇନ୍ଦାନା ମାଣ୍ଡାଙ୍ଗି ପ୍ରମୁଖ ଉପସ୍ଥିତ ରହି ଲୋକଙ୍କୁ ଚାଉଳ, ଡାଲି, ସାବନୁ ଆଦି ରୋଷେଇ ସାମଗ୍ରୀ ପ୍ରଦାନ କରିଥିଲେ। ସେହିପରି କାମାନାଗୁଡା ଗ୍ରାମରେ ୨୨ଟି ପରିବାରର ୧୦୨ଲୋକଙ୍କ ପ୍ରଦାନ କରାଯାଇଥିବା ବେଳେ ରାମନାଗୁଡା ଓ କୋଲନରା ବ୍ଲକର ବିଭିନ୍ନ ସ୍ଥାନରେ ଖୀଷ୍ଟଧର୍ମାବଲମ୍ବୀ ପରିବାର ଲୋକଙ୍କୁ ପ୍ରଦାନ କରାଯାଇଥିବାବେଳେ ପାରାଳାକଲୋନୀ ୨୧, ମୁଜାଙ୍ଗଗୁଡାରେ ୧୫, ତାମିଲିଗୁଡାରେ ୮, ଡିମିରକଣ୍ଡାରେ ୧୨, ଜୁମ୍ଭାରୀରେ ୧୦, ସୁରଜଗଡାରେ ୩, ଚିନ୍ତାଲଗୁଡାରେ ୯, ଚିନ୍ତାମାନଗୁଡାରେ ୩, ଲେମନଗୁଡାରେ ୩, ନାରଙ୍ଗବାଡିରେଗୁଡାରେ ୧, ଇନ୍ତାମାନଗୁଡାରେ ୮, ବାଡିସୋଲାଗ୍ରାମରେ ୪ଟି ପରିବାରକୁ ରୋଷେଇ ସାମଗ୍ରୀ ପ୍ରଦାନ କରାଯାଇଥିଲା। ସେହିପରି ଲୋକଙ୍କୁ ୧୦କେଜି ଚାଉଳ, ୧ କେଜି ଡାଲି ଆଦି ବଣ୍ଟନ କରାଯାଇଥିଲା। ଏହି ସମୟରେ ମନୋଜ ଶବର, ମାଙ୍ଗାଲୁ ମାଣ୍ଡାଙ୍ଗି, ଗୁମୁଡୁ ପାତିକା ପ୍ରମୁଖ ସହଯୋଗ କରିଥିଲେ।
ରିପୋର୍ଟ – ସଞ୍ଜିବ କୁମାର ଦାଶ ।

Comments (0)
Add Comment