ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ ଓଡ଼ିଶା ପକ୍ଷରୁ ବିଶୋଧନ କାର୍ଯ୍ୟକ୍ରମ ।

ବରୀ,(ପିପିଟି ନ୍ଯୁଜ୍)୩୦/୦୫,କରୋନା ମହାମାରୀ ଭୁତାଣୁ ସଂକ୍ରମଣ ମୁକାବିଲାରେ ରାଜ୍ୟର ଅଗ୍ରଣୀ ସେବା ଅନୁଷ୍ଠାନ ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ ,ଓଡ଼ିଶା ପକ୍ଷରୁ ପ୍ରଶାସନର ଅନୁମତି କ୍ରମେ ବରୀ ବ୍ଲକର ବିଭିନ୍ନ ଅଞ୍ଚଳ ଯଥା ପ୍ରଗତି କ୍ଲବ, କସ୍ତୁରବା ମାତୃମଙ୍ଗଳ କେନ୍ଦ୍ର, ନେସ୍କୋ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ,ପ୍ରାଣୀ ଚିକିତ୍ସାଳୟ,ବରୀ-କଟକ ଉପ ଡାକଘର କାର୍ଯ୍ୟାଳୟ, ବରୀ ବଜାର ଆଦି ବିଭିନ୍ନ ଅଞ୍ଚଳ ବୁଲି କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ବିଶୋଧନ କାର୍ଯ୍ୟକ୍ରମ କରାଯାଇଛି ।ଦେଶରେ କରୋନା ଯୋଦ୍ଧା ଭାବରେ ଲଢ଼ୁଥିବା ସମସ୍ତ ସେବାୟତ, ସ୍ୱାସ୍ଥ୍ୟକର୍ମୀ,ସ୍ୱେଚ୍ଛାସେବୀଙ୍କ ପରି କରୋନା ଯୋଦ୍ଧା ଭାବରେ ଟ୍ରଷ୍ଟ ତରଫରୁ ସଭାପତି ଇଂ. ବିମଳ ଦାସ,ଦୀପକ ମଲ୍ଲିକ, ଟ୍ରଷ୍ଟର ବରୀ ଶାଖା ସଂଯୋଜକ ଵିଜୟ ସାହୁ,ବିରେନ ରାଉତ,ସତ୍ୟବ୍ରତ ସମାଲ, ତପନ ଜେନା,ଜୟନ୍ତ ଜେନା ତଥା ବହୁ ସ୍ୱେଚ୍ଛାସେବୀ ଉପସ୍ଥିତ ରହି ବିଶୋଧନ କରିଛନ୍ତି । ଏହି ମହତ କାର୍ଯ୍ୟ କରିବାପାଇଁ ଟ୍ରଷ୍ଟର ସ୍ୱେଚ୍ଛାସେବୀ ମାନଙ୍କର ଆଗ୍ରହ, ସେଵା ମନୋଭାବ, କରନା ମୁକାବିଲାରେ ସାହସ ଆଦି ସମସ୍ତ ଶୋଭନୀୟ ଚିନ୍ତା ଚେତନାକୁ ବୁଦ୍ଧିଜୀବୀ ମହଲ ତଥା ସାଧାରଣରେରେ ଉଚ୍ଚ ପ୍ରସଂଶା କରାଯାଇଛି,ଏହା ସମାଜ ପାଇଁ ପ୍ରାରଣାର ଉତ୍ସ ବୋଲି ମତବ୍ୟକ୍ତ କରାଯାଇଛି ।ଏହି ଭଳିସେଵା କାର୍ଯ୍ୟ, ଜନ ସଚେତନତା ଆଦି ବରୀ ବ୍ଲକର ସମସ୍ତ ଅଂଚଳରେ ଏବଂ ରାଜ୍ୟର ବିଭିନ୍ନ ସ୍ଥାନ ମାନଙ୍କରେ ଚାଲୁ ରହିବ ବୋଲି ସମାଜସେବୀ ଇଂ. ବିମଳ ଦାସ,ସାଂକୃତିକ ସମ୍ପାଦକ ଶିବ ପ୍ରସାଦ ଦାସ,ମିଡିଆ ସେଲ ବିଭାଗ ସଂଯୋଜକ ଇଂ.ସେବକ ଶ୍ରୀକାନ୍ତ,ସାଥୀ ପ୍ରକାଶ ଧଳ,ମୁମ୍ବାଇ ଶାଖା ସଂଯୋଜକ ରଶ୍ମିରଞ୍ଜନ ଦାସ ତଥା ଟ୍ରଷ୍ଟର ଉପଦେଷ୍ଟା ମଣ୍ଡଳୀ ଵର୍ଗ, ଆଜୀବନ ସଦସ୍ୟ ଓ ସଦସ୍ୟା ବର୍ଗ ଜଣାଇଛନ୍ତି ।

Comments (0)
Add Comment