ବିଶ୍ବ ଭାରତୀ ଚିନ୍ତନ ଶିକ୍ଷା ନିକେତନ ବିଦ୍ୟାଳୟର ୧୪ ତମ ପ୍ରତିଷ୍ଠା ଦିବସ ପାଳିତ ।

ସୁବର୍ଣ୍ଣପୁର ,୨୧/୦୪(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଳକ ପିପିଲିପାଲି ସ୍ଥିତ ବିଶ୍ଵ ଭାରତୀ ଚିନ୍ତନ ଶିକ୍ଷା ନିକେତନ ର ୧୪ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସୋନପୁର ଜିଲ୍ଲାର ପ୍ରଥମ ବେସରକାରୀ ବିଦ୍ୟାଳୟ ଭାବରେ ସ୍ମାର୍ଟ କ୍ଲାସ୍ ର ଶୁଭାରମ୍ଭ ହୋଇଛି । ବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା ଶ୍ରୀଯୁକ୍ତ ଅକ୍ଷୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଶିଷ୍ଟ ଶିକ୍ଷାବିତ ଡ଼ଃ. ଜ୍ୟୋତିରଞ୍ଜନ ବହିଦାର ମୂଖ୍ୟ ଅତିଥି ଓ ଐତିହାସିକ ଗବେଷକ ତଥା କବି ଶ୍ରୀଯୁକ୍ତ ସୁଦାମ ଚରଣ ନାଏକ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଜୀବନର ଦିଗଦର୍ଶନ ଦେଇ ଦୃଢ ଆତ୍ମବିଶ୍ବାସ କିପରି ଶୀର୍ଷ ସ୍ଥାନକୁ ପହଞ୍ଚାଇ ଥାଏ ତାହା ବୁଝାଇବା ସହ ସଦା ସର୍ବଦା ନିଜର ମନୋବଳ ଓ ଆତ୍ମବିଶ୍ବାସକୁ ସୁଦୃଢ ରଖିବାକୁ ପରାମର୍ଶ ଦେଇଥିଲେ। ମୂଖ୍ୟ ବକ୍ତା ଶ୍ରୀଯୁକ୍ତ ସୁଦାମ ନାଏକ ତାଙ୍କ ସ୍ବରଚିତ କେତୋଟି ପୁସ୍ତକ ବିଦ୍ୟାଳୟକୁ ଉପହାର ସ୍ୱରୂପ ପ୍ରଦାନ କରିଥିଲେ। ଏହି ସଭାଟି ବିଦ୍ୟାଳୟର ମାତୃଭାଷା ଶିକ୍ଷକ ଚିତ୍ତରଞ୍ଜନ ଭୋଇଙ୍କ ସଭା ପରିଚାଳନା କରିଥିବାବେଳେ ଇତିହାସ ଶିକ୍ଷକ ବାସୁଦେବ ବିଶି ବିବରଣୀ ପାଠ କରିଥିଲେ । ସଭା ଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସୁଶିଲ କୁମାର ଗାଇଗରିଆ ଧନ୍ୟବାଦ ଅର୍ପଣ କରିଥିଲେ l

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Comments (0)
Add Comment