ବିଶ୍ବନିକେତନ ଜରାନିବାସ ଅଧିବେଶନ ।

ବ୍ରହ୍ମପୁର,(ପିପିଟି)୦୭/୦୬,ମହାନସଂଘ ଦ୍ବାରା ପରିଚାଳିତ ରାମଚନ୍ଦ୍ରପୁର ସ୍ଥିତ ବିଶ୍ବନିକେତନ ଜରାନିବାସର ସ୍ବତନ୍ତ୍ର ଅଧିବେଶନ ଜରାନିବାସ ସମ୍ମିଳନୀ ପ୍ରକୋଷ୍ଠରେ ସାମାଜିକ ଦୂରତ୍ବ ରଖି ବୈଠକ ବିଶ୍ବନିକେତନ ଅଧ୍ଯକ୍ଷ ତଥା ମହାନ ସଂଘ ସଭାପତି ଶୁସାନ୍ତ କୁମାର ସାବତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ବିଶ୍ବନିକେତନର ବିଗତ କାର୍ଯ୍ୟକ୍ରମ ସମୀକ୍ଷା କରାଯାଇଥିଲା ।ବିଶ୍ବନିକେତନରେ ଅନ୍ତେବାସୀଙ୍କ ସଂଖ୍ୟା ୬୦ ଶଯ୍ଯା ବିଶିଷ୍ଟ କରାଯିବା ସହ ଏହାର ପ୍ରାଚୀର ନିର୍ମାଣ ଓ ଆମ୍ବୁଲାନ୍ସ ଅଣାଯିବା ପାଇଁ ନିଷ୍ପତ୍ତି କରାଯାଇଛି ।ଅନ୍ତେବାସୀଙ୍କ ଅଧିକ ସୁବିଧା ପାଇଁ ସ୍ବତନ୍ତ୍ର ନର୍ସ ସମେତ ଅଧିକ କର୍ମଚାରୀ ନିଯୁକ୍ତି ପାଇଁ ନିଷ୍ପତ୍ତି କରାଯାଇଛି ।ଏହି ବୈଠକରେ ଉପାଧ୍ୟକ୍ଷ ବଜରଙ୍ଗିଲାଲ ଚୌଧୁରୀ,ସଂପାଦକ ହରି ପ୍ରସାଦ,ବନ୍ଦିତା ତ୍ରିପାଠୀ,ଚିତ୍ତରଞ୍ଜନ ପ୍ରଧାନ,ସଞ୍ଜୟ ମାଝୀ,ତକ୍ଷଶୀଳା ଅଧ୍ଯକ୍ଷଙ୍କ ସମେତ ଅନ୍ୟ ସଦସ୍ୟମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Comments (0)
Add Comment