ବିରମହରାଜପୁର ବିଜେପି ପକ୍ଷରୁ ଅସହାୟଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ ।

ଉଲୁଣ୍ଡା,(ପିପିଟି)୦୫/୦୫ – କରୋନା ମହାମାରୀ କୁ ଦମନ ପାଇଁ ଏବେ ସାରା ଦେଶ ଲକଡାଉନରେ ଅଛି ।ଏହି ସମୟରେ ଗରିବ ଅସହାୟ ଲୋକ ଙ୍କୁ ସାହା ହୋଇଛି ବିରମହରାଜପୁର ବିଜେପି ।ଆଜି ଭାରତୀୟ ଜନତା ପାର୍ଟି   ବିରାମହରାଜପୁର ମଣ୍ଡଳ ପକ୍ଷରୁ ବ୍ଲକର ଜଟେସିଂଘା ପଞ୍ଚାୟତର  ବିଭିନ୍ନ ଗ୍ରାମର ଗରିବ ଅସହାୟ ଲୋକଙ୍କୁ ଶୁଖିଲା ଖାଦ୍ୟ ପୁଡ଼ିଆ ବଣ୍ଟନ କରାଯାଇଛି ।ଏଥିରେ ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଉଷା କୁମାରୀ,ଦଳର ଜିଲ୍ଲା ସାଧାରଣ ସମ୍ପାଦିକା ତଥା ସାଂସଦ ଙ୍କ ବ୍ଲକ ପ୍ରତିନିଧି ଶ୍ରୀମତି ନଳିନୀ ପଣ୍ଡା,ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ କିଶୋର କୁମାର ହୋତା ,ମଣ୍ଡଳ ସଭାପତି ହରିହର ପାତ୍ର,ଜିଲ୍ଲା ଉପ ସଭାପତି ସତ୍ୟବ୍ରତ ମିଶ୍ର,ବରିଷ୍ଠ କାର୍ଯ୍ୟକର୍ତା ବେଣୁଧର ଦାସ,ଏକଲବ୍ୟ ବେହେରା,ବାବୁଲା ପ୍ରଧାନ,ପ୍ରମୁଖ ଉପସ୍ଥିତ ରହି ଖାଦ୍ୟ ପୁଡ଼ିଆ ବଣ୍ଟନରେ ସହଯୋଗ କରିଥିଲେ ।
ରିପୋର୍ଟ – ଶାନ୍ତୁନୁ କୁମାର କର୍ଣ୍ଣ ।

Comments (0)
Add Comment