ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ।

କଳାହାଣ୍ଡି,(ପିପିଟି)୦୮/୦୬, କଳାହାଣ୍ଡି ଜିଲ୍ଲା ଆମପାଣି ଗ୍ରାମର ଦୟାମଣି ବାଗ୍ ନାମ୍ନୀ ଜୈନିକା ମହିଳାଙ୍କୁ ୧୦ ବର୍ଷ ପୂର୍ବେ ଆମପାଣି ଥାନା ଅନ୍ତର୍ଗତ ବିମଳା ଗ୍ରାମର ଡମ୍ବରୁ ଧର ବାଗ୍ ବିବାହ ପ୍ରତିଶ୍ରୁତି ଦେଇ ତାମିଲନାଡୁ ଧରି ପଳାଇଥିଲେ ।ସାତବର୍ଷ ସେଠାରେ ଏକାଠି ରହିବାପରେ ପୁଣିଥରେ ଆମପାଣି ଫେରି ସେଠାରେ ଗତ ୩ ବର୍ଷ ଧରି ରହିବାକୁ ଲାଗିଲେ ।ତେବେ ଗତ ମାସରେ ଡମ୍ବରୁଧର ନିଜ ବାପା ଘରକୁ ଯାଉଛି ସଂଧ୍ୟାରେ ଫେରିବି କହି ଚାଲିଯାଇଥିଲେ କିନ୍ତୁ ସେ ଘରକୁ ନଫେରିବା ପରେ ଦୟାମଣି ଚିନ୍ତାଗ୍ରସ୍ତ ହୋଇ ଡମ୍ବରୁଧରଙ୍କୁ ଫୋନ୍ କରିଥିଲେ କିନ୍ତୁ ଡମ୍ବରୁଧର ଦୟାମଣିଙ୍କ ଫୋନ୍ ନମ୍ବରକୁ ବ୍ଲକ୍ କରିଦେଇଥିଲେ ।ତେବେ ଦୀର୍ଘଦିନ ତାଙ୍କ ସହିତ କୌଣସି ଯୋଗାଯୋଗ ସଂପନ୍ନ ନହେବା ପରେ ଦୟାମଣି ସ୍ଵାମୀଙ୍କୁ ଖୋଜିବା ପାଇଁ ଶ୍ଵଶୁର ଘରକୁ ଯିବାପରେ ଜାଣିବାକୁ ପାଇଲେ ଯେ ,ଡମ୍ବରୁଧର ଅନ୍ୟ ଏକ ଝିଅକୁ ଆଣି ଦ୍ଵିତୀୟ ସ୍ତ୍ରୀ ଭାବରେ ରଖିଛନ୍ତି ।ତେବେ ଦୟାମଣି ଏହାର ବିରୋଧ କରିବାରୁ, ଦୟାମଣିଙ୍କୁ ତାଙ୍କ ଶ୍ଵଶୁର ଘରଲୋକେ ଗାଳିଗୁଲଜ କରିବା ସହିତ ତଣ୍ଟିଆ ମାରି ଘରୁ ତଡିଦେଇଥିଲେ ।ଏହି ଘଟଣାକୁ କେନ୍ଦ୍ରକରି ଦୟାମଣି ଆମପାଣି ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ ,କିନ୍ତୁ ଆମପାଣି ଥାନା ଅଧିକାରୀ ଅଭିଯୁକ୍ତ ସହିତ କେବଳ ଫୋନରେ ପଚରାଉଚରା କରି ଅଭିଯୁକ୍ତକୁ ଗିରଫ୍ ନକରିବା ଆମପାଣି ଥାନା ଅଧିକାରୀଙ୍କ ଭୂମିକା ଉପରେ ସନ୍ଦେହ ଜାତ ହେଉଛି ବୋଲି ପରିବାର ପକ୍ଷ ମତ ପ୍ରକାଶ କରିଛନ୍ତି ।ଏହି ସଂକ୍ରାନ୍ତରେ ଦୟାମଣି ଜିଲ୍ଲା ପୋଲିସ ଆରକ୍ଷୀ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇବା ସହିତ ଉଚ୍ଚ ସ୍ତରୀୟ ତଦନ୍ତ କରିବା ନେଇ ଦାବି କରିଛନ୍ତି ।
ରିପୋର୍ଟ – ବବୁଲୁ ସାହୁ / ଭିଷ୍ମ ସାହୁ ।

Comments (0)
Add Comment