ବିଧାୟିକାଙ୍କ ଦ୍ଵାରା ଦୁଇ ପ୍ରକଳ୍ପର ଶୁଭ ଉଦ୍‌ଘାଟନ ।

କୋଦଳା,୨୬/୦୮(ପିପିଟି); କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନମ୍ବର ୪ ଖଦାଳ ସାହି ଠାରେ ଜନସ୍ଵାସ୍ଥ୍ଯ ବିଭାଗ ପକ୍ଷରୁ ଘର ଘରକୁ ପାନୀୟ ଜଳ ଓ କୋଦଳା ଏନ୍ଏସି ଉନ୍ନୟନ କାର୍ଯ ମଧ୍ୟରୁ ଛୋଟ ବଡ଼ ତିନିସାହି ରେ ପେବରବ୍ଲକ ରାସ୍ତା ନିର୍ମାଣକୁ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ କରକମଳରେ ଶୁଭ ଉଦ୍‌ଘାଟନ ହୋଇଯାଇଛି। ଉକ୍ତ ସାହିକୁ ପାନୀୟ ଜଳର ଅଭାବ ସାଙ୍ଗକୁ ପୂର୍ତ୍ତବିଭାଗ ରାସ୍ତା ଠାରୁ ସାହିଗୁଡିକ ବହୁତ ଖାଲ ରେ ଥିବା ନେଇ ସାହି ବାସିନ୍ଦା ବହୁ ଦିନ ଧରି ଦାବି କରିଆସୁଥିଲେ । ବିଧାୟିକା ସାହିବାସିନ୍ଦାଙ୍କ ଅନୁରୋଧ ରକ୍ଷ୍ୟାକରି ଏହାକୁ ଗୁରୁତ୍ଵ ଦେଇ କାର୍ଯ୍ଯ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ଦୁଇ କାର୍ଯ ଶେଷ ହୋଇଥିବା ବେଳେ ଜନସ୍ଵାସ୍ଥ୍ଯ ବିଭାଗ ଏସଡିଓ ରମେଶ ଚନ୍ଦ୍ର ପଣ୍ଡାଙ୍କ ଉପସ୍ଥିତି ତଥା ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସମେତ ସାହି ବାସିନ୍ଦାଙ୍କ ଉପସ୍ଥିତରେ ଲୋକାର୍ପଣ କରିବା ସହିତ ସେମାନଙ୍କ ସହିତ କିଛି ସମୟ ସେମାନଙ୍କ ପାଖରେ ରହି ଆଉ କିଛି ସମସ୍ୟା ଅଛି କି ବୋଲି ପଚାରି ବୁଝିଥିଲେ ଓ ସମସ୍ୟା ଗୁଡିକର ସମାଧାନ ଶୀଘ୍ର କରିବାକୁ ଚେଷ୍ଟା କରାଯିବ ବୋଲି ପ୍ରତିଶୃତି ଦେଇଥିଲେ ।

Comments (0)
Add Comment