ବିଧାୟକ ମୃତକଙ୍କ ପରିବାରକୁ ସହାୟତା ପ୍ରଦାନ କଲେ।

ପୋଲସରା,୦୩/୦୮(ପିପିଟି);ପୋଲସରା ବ୍ଲକ ଅନ୍ତର୍ଗତ ମନସିଳା ଗ୍ରାମର ସାହେବ ସାହୁ ବୟସ ୪୬ ସୁରାଟ ଠାରେ ଶ୍ରମିକ ଭାବେ କାର୍ଯ୍ୟରତ ସମୟରେ ଆକସ୍ମିକ ମୃତ୍ୟୁ ବରଣ କରିଛନ୍ତି। ବିଧାୟକ ଶ୍ରୀକାନ୍ତ ସାହୁ ମୃତକଙ୍କ ମନସିଳା ସ୍ଥିତ ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

Comments (0)
Add Comment