ବିଦ୍ୟୁତ ଆଘାତ ରେ ଲାଇନ ମ୍ୟାନ ଗୁରୁତର।

ଭଞ୍ଜନଗର,(ପିପିଟି)୧୧/୦୬, ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାରୁଡା ପଞ୍ଚାୟତ ଅନ୍ତର୍ଗତ ବାଲିଆ ପଟା ଓ  ପଙ୍କାଳ ଗ୍ରାମରେ ଥିବା ବିଦ୍ୟୁତ ଫିଉଜ ସେଣ୍ଟରରେ  କାମ କରୁଥିବା ବେଳେ ଦୁର୍ଘଟଣା ଘଟି  ଜଣେ ବିଦ୍ୟୁତ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ତାଙ୍କ ନାମ ପଞ୍ଚାନନ ରାୟଗୁରୁ ଓ ସେ ଭଞ୍ଜନଗର ନୀଳାଦ୍ରୀ ବିହାରର ବାସିନ୍ଦା  ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ସେ  ସାଉଥ କୋ  ବିଦ୍ୟୁତ ବିଭାଗର ତିଳିସିଂ ସେକ୍ସନର  ଗ୍ରେଡ଼ ବି ଲାଇନ ମ୍ୟାନ ଭାବେ କାର୍ଯ୍ୟରତ। ପ୍ରଥମେ  ପଞ୍ଚାନନଙ୍କୁ  ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା କିନ୍ତୁ  ସ୍ୱାସ୍ଥ୍ୟ ଅବସ୍ଥା ଅତି ଗୁରୁତର ହେବାରୁ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବ୍ରହ୍ମପୁର ଚିକିତ୍ସାଳୟକୁ ସ୍ଥାନାନ୍ତର  କରାଯାଇଛି।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Comments (0)
Add Comment