ବିଦାୟ ନେଲେ ମାଆ ଗଜଲକ୍ଷ୍ମୀ ।

ବେଲଗୁଣ୍ଠା,୨୦/୧୦(ପିପିଟି):ଗତ କୁମାର ପୂର୍ଣ୍ଣମୀ ଠାରୁ ଆରମ୍ଭ ହୋଇଥିବା ଗଜଲକ୍ଷ୍ମୀ ପୂଜାର ଅନ୍ତିମ ପର୍ବ ସମାପ୍ତ ହୋଇଛି । ମାଆ ଗଜଲକ୍ଷ୍ମୀ ଆଜି ଧରା ବକ୍ଷରୁ ବିଦାୟ ନେଇଛନ୍ତି । ବେଲଗୁଣ୍ଠା ହାଟପଦା ଏବଂ ଜଗନ୍ନାଥ ପ୍ରସାଦ ରୋଡରେ ମା ଲକ୍ଷ୍ମୀ ପୂଜା ପାଉଥିଲେ କୁମାର ପୂର୍ଣ୍ଣମୀ ଠାରୁ ଆରମ୍ଭ ହୋଇଥିବା ଏହି ପୂଜା ଦେଖିବା ପାଇଁ ପ୍ରତିଦିନ ସନ୍ଧ୍ୟାରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା ମା ଙ୍କ ଆଶିର୍ବାଦ ଭକ୍ତ ବୃନ୍ଦ ଭିକ୍ଷା କରୁଥିଲେ । ତୋରଣ ଗୁଡ଼ିକ ଆଲୋକ ମାଳାରେ ସଜ୍ଜିତ ହୋଇଥିଲା । ପ୍ରତିଦିନ ସନ୍ଧ୍ୟାରେ ୧୦୮ ଆଳତୀ ଦର୍ଶନ ହେବା ସହିତ କାନିକା, କାକରା ଏବଂ କ୍ଷୀରି ଭୋଗ ମଧ୍ୟ ବିତରଣ କରାଯାଉଥିଲା । ମାଆଙ୍କ ବିଦାୟ ସମୟରେ ଭକ୍ତମାନେ ଅଶ୍ରୂଭରା ନୟନରେ ଆସନ୍ତା ବର୍ଷକୁ ଅପେକ୍ଷା କରିଥିଲେ ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Comments (0)
Add Comment