ବିଜେଡି ପକ୍ଷରୁ ଅଙ୍ଗନୱାଡି କର୍ମୀ ଓ ଆଶା କର୍ମୀ ମାନଙ୍କୁ ସମ୍ମାନୀତ କରାଗଲା ।

ପଦ୍ମପୁର,(ପିପିଟି)୧୫/୦୬, ପଦ୍ମପୁର-ପାଇକମାଳ ରାସ୍ତାରେ ଥିବା କେର୍ମେଲାବାହାଲ ବଜାର ପ୍ରାଙ୍ଗଣରେ ପାଇକମାଳ ବ୍ଲକ ଅଞ୍ଚଳର ଗ୍ରାମ ମାନଙ୍କରେ କାର୍ଯ୍ୟରତ ସମସ୍ତ ଅଙ୍ଗନୱାଡି କର୍ମୀ ତଥା ନିଯୁକ୍ତି ପ୍ରାପ୍ତ ଆଶା କର୍ମୀ ମାନଙ୍କୁ ନିମନ୍ତ୍ରଣ କରାଯାଇ ବିଜୁ ଜନତା ଦଳ ତରଫରୁ ସମ୍ମାନୀତ କରାଯାଇଛି । ମୁଖ୍ୟ ଅତିଥି ଭାବେ ପୂର୍ବତନ ଆଦିବାସୀ କଲ୍ୟାଣ ମନ୍ତ୍ରୀ ତଥା ବର୍ତ୍ତମାନ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକ ବିଜୟ ରଂଜନ ସିଂ ବରିହା ଯୋଗ ଦେଇ ଏ ମହାମାରୀ ସଙ୍କଟ ପରିସ୍ଥିତିରେ କରୋନା ଭଳି ମହାମାରୀରୁ ଜନଜୀବନକୁ ରକ୍ଷା କରିବାର ପ୍ରୟାସ ରେ ସତ୍ୟତାର ପ୍ରତୀକ ଭାବେ ସତ ରେ ଆପଣ ମାନେ ହିଁ କରୋନାଯୋଦ୍ଧା ଭାବେ ଅବତୀର୍ଣ୍ଣ ହୋଇ ସାଧାରଣ ଲୋକଙ୍କୁ ସଚେତନତାର ସ୍ରୋତରେ ସାମିଲ କରି ପାରିଥିବାରୁ ଧନ୍ୟବାଦ ଜଣାଇଛନ୍ତିା ଉକ୍ତ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଅନ୍ୟମାନଙ୍କ ମଧ୍ୟରେ ପାଇକମାଲ ବ୍ଲକ ଅଧ୍ୟକ୍ଷ-ଅଲତାପ ମହମ୍ମଦ, କେର୍ମେଲାବାହାଲ ଗ୍ରାମପଞ୍ଚାୟତ ସରପଞ୍ଚ ରୋପ୍ୟକାନ୍ତୀ ପ୍ରଧାନ,ପଲସଦା ଗ୍ରାମ ପଞ୍ଚାୟତ  ସରପଞ୍ଚ ଜୋସ୍ନାମୟୀ ଲୁହାର ଯୋଗ ଦାନ କରି କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିଥିଲେ । ପରେ ପରେ ବିଧାୟକ ଓ ବ୍ଲକ ଅଧ୍ୟକ୍ଷ ଉପସ୍ଥିତ ସମସ୍ତ କର୍ମୀଙ୍କୁ ଉପଢୋକନ ସହ ମାନପତ୍ରରେ ସମ୍ମାନୀତ କରିଥିଲେ । ଏହି ପରିପ୍ରେକ୍ଷୀରେ ଅଞ୍ଚଳରେ  ଖୁସିର ବାତାବରଣ ସୃଷ୍ଟି ହୋଇଥିଲା । ମହତ କାର୍ଯ୍ୟରେ ନିୟୋଜିତ କର୍ମୀ ମାନଙ୍କ ମନୋବଳକୁ ସୂଦୃଢ଼ କରିଥିବା ହେତୁ ବୁଦ୍ଧିଜିବୀ ମହଲରେ ପ୍ରଶଂସା କରାଯାଇଛି ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Comments (0)
Add Comment