ବିଜୁଳି କର୍ମଚାରୀ ସଂଘ ପକ୍ଷରୁ ବକେୟା ଦରମା ପ୍ରଦାନ ପାଇଁ ଦାବି ।

ବୌଦ୍ଧ,(ପିପିଟି)୦୬/୦୬,ଆଜି ଏଆଇଟିୟୁସି ସହବନ୍ଧିତ ବିଜୁଳି କର୍ମଚାରୀ ସଂଘ ପକ୍ଷରୁ ବୌଦ୍ଧଡିଭିଜନରେ କାର୍ଯ୍ୟରତ ସବୁଠୁ କମ ଦରମା ପାଇ ସର୍ବାଧିକ କାର୍ଯ୍ୟକରୁଥିବା ଠିକାକର୍ମଚାରୀ ମାନଙ୍କ ଦୀର୍ଘ ୦୪ମାସର ବକେୟା ଦରମା ପ୍ରଦାନ ,ତୁରନ୍ତ ସୁରକ୍ଷା ଉପକରଣ ଯୋଗାଣ,ଇଏସଆଇ କାର୍ଡପ୍ରଦାନ ପ୍ରଭୃତି ଦାବୀରେ ସଂଘର ସାଧାରଣ ସମ୍ପାଦକ ପ୍ରତାପ କୁମାର ପ୍ରଧାନ ,ଉପଦେଷ୍ଟା ଅବକାଶ ସାହୁ ,ଗୁପ୍ତେଶ୍ବର ପ୍ରଧାନ, ସୁନୀଲ କୁମାର ପ୍ରଧାନ,ଅଗସ୍ତି ଭୋଇ,ପ୍ରିୟବ୍ରତ କଣ୍ଣ ପ୍ରମୁଖ ସାଉଥକୋ ବୌଦ୍ଧ ଡିଭିଜନର କାର୍ଯ୍ୟନିର୍ବାହୀ ଅଧିକ୍ଷକଙ୍କୁ ପ୍ରଦାନ କରିଛନ୍ତି ।ତୁରନ୍ତ ଦାବି ପୁରଣ ନହେଲେ ୧୯ ଜୁନରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ସହ ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ଦାବୀପୁରଣ ପର୍ଯ୍ୟନ୍ତ ଅନଶନରେ ବସିରହିବେ ବୋଲି ଚେତାବନୀ ଦେଇଛନ୍ତି ।

Comments (0)
Add Comment