ମାଲକାଗିରି,୦୨/୧୨(ପିପିଟି): ମାଲକାନଗିରି ଜିଲ୍ଲାର ବାଲିମେଳା ଠାରେ ଏସ.ବି.ଆଇ ବ୍ୟାଙ୍କ୍ ପକ୍ଷରୁ ସେହି ବ୍ୟାଙ୍କ୍ ପରିସର ମଧ୍ଯରେ ଇ-କର୍ଣ୍ଣର ସେବା ଆରମ୍ଭ କରା ଯାଇଛି । ଫଳରେ ସ୍ଥାନୀୟ ଗ୍ରାହକ ମାନେ ଖୁସି ଅନୁଭବ କରିଛନ୍ତି। ଏହି ଇ-କର୍ଣ୍ଣର ସେବା ଦ୍ୱାରା ବ୍ୟାଙ୍କର ଗ୍ରାହକମାନେ ଆଉ ଘଣ୍ଟା ଘଣ୍ଟା ସମୟ ଧରି ବ୍ଯାଙ୍କ ନିକଟରେ ଧାଡିରେ ଠିଆ ନହୋଇ ସିଧା ସଳଖ ନିଜେ ଏଟିମ୍ ଡିପୋଜିଟ୍ ମେସିନ ସାହାଯ୍ୟରେ ଟଙ୍କା ଜମା କରି ପାରିବେ। ପୂର୍ବରୁ ଗ୍ରାହକ ମାନେ ବ୍ୟାଙ୍କ ସମୟରେ ହିଁ ଟଙ୍କା ଡିପୋଜିଟ୍ କରି ପାରୁ ଥିଲେ ଏବଂ ୪ଟା ପରେ ବ୍ୟାଙ୍କ ବନ୍ଦ ହୋଇଯିବା ପରେ ଆଉ ଡିପୋଜିଟ କରିପାରୁ ନ ଥିଲେ । ଫଳରେ ପାଇଁ ଆଉ ଗୋଟେ ଦିନ ପର୍ସ୍ଯନ୍ତ ଅପେକ୍ଷା କରିବାକୁ ପଡୁଥିଲା । ତାପର ଦିନ ସକାଳ ୧୦ ଘଟିକା ସମୟରେ ବ୍ୟାଙ୍କ ଖୋଲିଲା ପରେ ହିଁ ଟଙ୍କା ଡିପୋଜିଟ୍ କରିବା ସମ୍ଭବ ହେଉ ଥିଲା । ବର୍ତ୍ତମାନ ଏହି ଇ-କର୍ଣ୍ଣର ସେବା ଖୋଲିବା ପରେ ଗ୍ରାହାକମାନଙ୍କୁ ବିଶେଷ ସୁବିଧା ମିଳୁଛି । ପ୍ରଥମେ ବାଲିମେଳାରେ ଆକ୍ସିସ ବ୍ୟାଙ୍କ ପକ୍ଷରୁ ଏହି ଡିପୋଜିଟ ମେସିନର ସୁବିଧା ଉପଲବ୍ଧ ରହି ଥିଲା ବେଳେ ବର୍ତ୍ତମାନ ଏସ.ବି.ଆଇ ବ୍ୟାଙ୍କ୍ ପକ୍ଷରୁ ଏହି ସୁବିଧା ଯୋଗାଇ ଦିଆଯାଇଛି । ଫଳରେ ବାଲିମେଳା ନଗରବାସୀଙ୍କ ସମେତ ଆଖପାଖ ଅଞ୍ଚଳର ବହୁ ଗ୍ରାହକ ଉପକୃତ ହୋଇ ପାରିବେ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)