ବାବୁ ସିଂହ ହେଲେ ଭୁବନେଶ୍ୱର ଜିଲ୍ଲା ବିଜେପିର ସଭାପତି ।

ଭୁବନେଶ୍ୱର,(ପିପିଟି ନ୍ଯୁଜ୍)୦୩/୦୬,ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ହେଲେ ବାବୁ ସିଂହ। ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ବାବୁ ସିଂହଙ୍କୁ ନିଯୁକ୍ତି ଦିଆଯାଇଛି। ଅନ୍ୟ ପକ୍ଷରେ କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଭାବେ ଆଡଭୋକେଟ ଦେବେନ୍ଦ୍ର ମହାନ୍ତିଙ୍କୁ ନିଯୁକ୍ତି ଦିଆଯାଇଛି।ବାବୁ ସିଂହ ଗତ ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ସେ ଏକାମ୍ର-ଭୁବନେଶ୍ୱର ନିର୍ବାଚନମଣ୍ଡଳୀରୁ ବିଜେପି ପ୍ରାର୍ଥୀ ହୋଇଥିଲେ। ବିଜେଡି ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ବିପକ୍ଷରେ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ। ଭୁବନେଶ୍ୱରରେ ତାଙ୍କ ସଙ୍ଗଠନ ଭଲ ଥିବାରୁ ତାଙ୍କୁ ବିଜେପି ସଭାପତି କରାଯାଇଛି।
ରିପୋର୍ଟ – ଆକାଶ ମିଶ୍ର ।

Comments (0)
Add Comment