ବାଚସ୍ପତିଙ୍କ ନିର୍ବାଚନ ମଣ୍ଡଳୀରେ ମେସିନ କରୁଛି ମନରେଗା କାର୍ଯ୍ୟ !

ଦିଗପହଣ୍ଡି,୦୧/୦୫ ;ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର କୁକୁଡାଖଣ୍ଡି ବ୍ଲକ ଅଧିନସ୍ଥ ଲାଞ୍ଜିଆ ପଞ୍ଚାୟତର ବାଳକୃଷ୍ଣପୁର ଗ୍ରାମରେ ଜେସିବି ମେସିନ ଜରିଆରେ ମନରେଗା କାର୍ଯ୍ୟ ଚାଲିଥିବା ଦେଖିବାକୁ ମିଳିଛି। ଏମିତିକି ମଇ ଦିବସ ତଥା ଶ୍ରମିକ ଦିବସ ପରି ଦିନରେ ମଧ୍ୟ ଉକ୍ତ ଡ୍ରାଇଭରଙ୍କୁ ସଂପୃକ୍ତ ଜେସିବି ମାଲିକ ଛୁଟି ଦେଇନଥିବା ଖବାର ନେବାରୁ ଜଣା ପଡିଛି। ତେବେ ଭୟରରେ ସେ ତାଙ୍କ ନାଁ ଗୋପନ ରଖିଛନ୍ତି। ପ୍ରକାଶ ଥାଉକି କୋଭିଡ୧୯ ପାଇଁ ସମସ୍ତ ବିଭାଗୀୟ ଅଧିକାରୀ ପଦାଧିକାରୀ ସଦା ସର୍ବଦା ତତ୍ପର ଥାଉ ଥାଉ ମଧ୍ୟ ଗ୍ରାମାଞ୍ଚଳରେ ଜେସିବି ମେସିନ ଜରିଆରେ କିଭଳି ମନରେଗା କାର୍ଯ୍ୟ ଚାଲୁଛି । ସାମାଜିକ ଦୂରତା ସହ ମାସ୍କ ପରିଧାନ କରି ଶ୍ରମିକ ମାନଙ୍କୁ କାମରେ ଲଗାଇ ଶ୍ରମିକଙ୍କ ଆର୍ଥିକ ଅବସ୍ଥାରେ ସୁଧାର ପାଇଁ ଉଭୟ କେନ୍ଦ୍ର ଓ ରାଜ୍ଯ ସରକାର ନିର୍ଦ୍ଦେଶାବଳୀ ସହ ସର୍ତ୍ତାବଳି ଜାରିକରିଛନ୍ତି । ଉକ୍ତ ଅଞ୍ଚଳରେ ଜବ କାର୍ଡ ଥାଇ ମଧ୍ୟ କୋରୋନା ଆଳରେ ଘରୁ ବହାରିବାକୁ ମନା କରି ଶ୍ରମିକ ମାନଙ୍କ ଦ୍ୱାରା କାର୍ଯ୍ୟ ନକରି ସେମାନଙ୍କ ଟଙ୍କାକୁ ଆତ୍ମସାତ କରୁଛନ୍ତି ବୋଲି ରାସ୍ତା ଘାଟ ଚର୍ଚ୍ଚା ଜୋର ଧରିଛି । ଜିଲ୍ଲା ଉଚ୍ଚ ପଦସ୍ଥ ଅଧିକାରୀ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସତ୍ଯାସତ୍ଯ ଉନ୍ମୋଚନ କରିବାକୁ ଦାବୀ ହୋଇଛି। କେବଳ ଫଳକ ମନରେଗା ସ୍ଥାପିତ ହୋଇଛି ହେଲେ ସମସ୍ତ କାର୍ଯ୍ୟ ମେସିନ ଦ୍ୱାରା ହେଉଛି। ଖବର ନେବାରୁ ଜଣାପଡିଛି କାର୍ଯ୍ଯରେ ଲାଗିଥିବା ଜେସିବି ଏକ ପ୍ରଭାବଶାଳୀ ବ୍ଯକ୍ତି ବିଶେଷଙ୍କର ହୋଇଥିବା ଯୋଗୁଁ , କତ୍ତୃପକ୍ଷ ଜାଣି  ନଜାଣିଲା ପରି ରହିବା ପାଇଁ ବାଧ୍ଯ ହେଉଛନ୍ତି ବୋଲି ଚର୍ଚ୍ଚା ଶୁଣିବାକୁ ମିଳୁଛି ।

Comments (0)
Add Comment