ବରଙ୍ଗ ନାଳ ନିକଟରୁ ମହିଳାଙ୍କ ମୃତଦେହ ଉଦ୍ଧାର ।

ଭଞ୍ଜନଗର,ତା- ୧୯/୦୬(ପିପିଟି);ଭଞ୍ଜନଗର ଠାରୁ କୁଲାଡ଼ ରାସ୍ତାର ବରଙ୍ଗ ନାଳ ନିକଟରେ ଆଜି ଜଣେ ମାନସିକ ବିକୃତ ମହିଳାଙ୍କ ମୃତଦେହ ପଡିଥିବା ଖବର ପାଇ ପୋଲିସ ସେଠାରୁ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମେଡିକାଲ ପଠେଇଥିଲା। ଉକ୍ତ ମହିଳା ଜଣକ ହେଲେ ସ୍ଥାନୀୟ ଭେଜିପୁଟ ର ବିଶୁ ସ୍ବାଇଁଙ୍କ ଝିଅ ଅନିତା ସ୍ଵାଇଁ (୩୮) ବୋଲି ଜଣାପଡ଼ିଛି।ଏସମ୍ପର୍କରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରାଯାଇଥିବା ଆଇ. ଆଇ. ସି ସୁଦୀପ୍ତ କୁମାର ସାହୁ କହିଛନ୍ତି।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Comments (0)
Add Comment