ବଂଶଧାରା ବିବାଦ,ସୁପ୍ରିମକୋର୍ଟ ରାୟପରେ ଅବବାହିକା ଅଞ୍ଚଳରେ ଛନକା।

ରାୟଗଡା,୨୬/୦୬(ପିପିଟି);ବଂଶଧାରା ନଦୀ ଜଳ ଆବଣ୍ଟନକୁ ନେଇ ୧୯୬୨ ମସିହାରୁ ଓଡ଼ିଶା ଓ ଆନ୍ଧ୍ର ବିବାଦରୁ ଓଡ଼ିଶାବାସୀ ଆନ୍ଦୋଳନ ଜାରି ରଖିଛନ୍ତି। ୨୦୦୫ରେ ଓଡ଼ିଶା ସରକାର ସୁପ୍ରିମକୋର୍ଟ ଯିବା ପରେ ୨୦୧୧ ରେ ଟ୍ରିବୁନାଲ ଗଠନ ହୋଇଥିଲା। ଟ୍ରିବୁନାଲ ବାରମ୍ବାର ଏହି ଅଞ୍ଚଳ ପରିଦର୍ଶନ କରି, ଉଭୟ ରାଜ୍ୟର ବୈଷୟିକ କର୍ମକର୍ତ୍ତା ବିଭିନ୍ନଦିଗକୁ ବିଚାରକରି ୨୦୧୭ରେ କାଟ୍ରାଗାଡ଼ା ପ୍ରକଳ୍ପକୁ ଅନୁମତି ଦେଇଥିଲେ। ବର୍ତ୍ତମାନ ସୁପ୍ରିମକୋର୍ଟ ଅନ୍ୟ ଏକ ପ୍ରକଳ୍ପ ନେରେଡି ପାଇଁ ଚୂଡାନ୍ତ ରାୟ ପରେ ବଂଶଧାରା ଅବବାହିକା ଅଞ୍ଚଳରେ ଛନକା ପଶିଛି। ପୂର୍ବ ଚୁକ୍ତି ଅନୁସାରେ ୧୧୫ ଟିଏମସି ଜଳକୁ ୫୦.୫୦ ଭାଗରେ ବଣ୍ଟନ କରିବା । ୨୦ ଭାଗରୁ କମ ଜଳ ବ୍ୟବହାର କରୁଥିବାରୁ ଉପର ମୁଣ୍ଡରେ ଓଡ଼ିଶା ସରକାର ଅଧିକ ପ୍ରକଳ୍ପ କରିପାରିଲେ, ଆନ୍ଧ୍ରକୁ କଡା ଜବାବ ମିଳିପାରିବ। ପୁଣି ୧୦୬ ଏକର ଜମି ପ୍ରକଳ୍ପ ନିମନ୍ତେ ଦେବା ଓଡିଶାବାସୀଙ୍କ ସ୍ୱାର୍ଥ ବିରୋଧି।୧୯୭୧ରେ କାଟ୍ରାଗାଡା ପ୍ରକଳ୍ପ ନିର୍ମାଣପରେ ୧୯୮୦ ର ପ୍ରଳୟଙ୍କରୀ ବନ୍ୟାର ଶିକାର ହୋଇଥିଲେ ଅଞ୍ଚଳବାସୀ । ଏଣୁ ୫୦ ଭାଗ ଜଳକୁ କିପରି ବ୍ୟବହାର କରିବାକୁ ହେବ ଅଣ୍ଟା ଭିଡ଼ିଛନ୍ତି ବଂଶଧାରା ତଟ ଲୋକେ। ୨୦୦୩ ରେ ସେତେବେଳର ଜଳସମ୍ପଦ ମନ୍ତ୍ରୀ ରବି ନନ୍ଦ ଗୁଡାରୀର ପାଣିଡଙ୍ଗର ଠାରେ ଏକ ବିରାଟ ପ୍ରକଳ୍ପ ଓ ଋଷିକୂଲ୍ୟା ବଂଶଧାରା ସଂଯୋଗୀକରଣ ନିମନ୍ତେ ଭିତ୍ତି ସ୍ଥାପନ କରିଥିଲେ। ମାତ୍ର ତାହା ଶୀତଳ ଭଣ୍ଡାରକୁ ଚାଲିଗଲା।ଏଣୁ ଗୁଣୁପୁରର ସଚେତନ ନାଗରିକ ଆସନ୍ତା ଶୁକ୍ରବାର ଦିନ ଏକ ବୈଠକରେ ଏକତ୍ରିତ ହୋଇ ରଣନୀତି ନିର୍ଦ୍ଧାରଣ କରିବେ, ସେଥିପାଇଁ ଆଜି ସ୍ଥାନୀୟ ଭେଙ୍କେଟେଶ୍ବର ମନ୍ଦିରରେ ଏକ ବୈଠକ ହୋଇଥିଲା। ନେରେଡି ପ୍ରକଳ୍ପ ଯଦି କାର୍ଯ୍ୟକାରୀ ହୁଏ,ତେବେ ଗଜପତି ଜିଲ୍ଲାର ସାରା,ବାଡିଗାଁ, ପାଲସିଂ, ରାୟଗଡା ଜିଲ୍ଲାର ଗାଦିଆଖଳା, ତୁରକାନି ଗୁଡା, ଲିମାପଦର, ନାଇରା,ଡେ଼ରିଗାଁ ଓ ଗୁଣୁପୁର ସହର ପ୍ରଭାବିତ ହେବ।

(ରିପୋର୍ଟ- ନବୀନ ନାୟକ ବେହେରା। )

Comments (0)
Add Comment