ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିବା ଯାତ୍ରୀବାହୀ ବସ ଦୁଇଗ୍ରାମ ମଧ୍ୟରେ ୨୨ଜଣଙ୍କୁ ଓହ୍ଲାଇଲା ଚାଲିଗଲା ।

ପୋଲସରା,(ପିପିଟି)୦୩/୦୫,ଗତ ଦୁଇତିନି ଦିନ ଧରି ବହୁ ବସ ପ୍ରବାସୀ ଓଡ଼ିଆଙ୍କୁ ନେଇ ଗଞ୍ଜାମ ଜିଲ୍ଲାରେ ପ୍ରବେଶ କରୁଛି। କିଛି ବସ ସରକାରଙ୍କ ନିର୍ଦ୍ଦେଶକୁ ମାନି ଠିକ ଜାଗାରେ ପହଞ୍ଚୁଥିବା ସମୟରେ କିଛି ବସ ମନଇଚ୍ଛା ଲୋକମାନଙ୍କୁ ମଝିରାସ୍ତାରେ ଓହ୍ଲାଇ ଚାଲିଯାଉଛି ।ଏପରି ଘଟଣା ଘଟିଛି କବିସୁଯ୍ୟନଗର ବ୍ଲକ ଦେଓଗାଁ ଗ୍ରାମରେ ୫୦ ରୁ ଉର୍ଦ୍ଧ୍ବ ଲୋକଙ୍କୁ ନେଇ ସୁରତରୁ ଆସିଥିଲା ବଜାରଙ୍ଗୀ ବସ୍ ।ବୁଗୁଡ଼ାରେ କିଛି ବ୍ୟକ୍ତିଙ୍କୁ ଓହ୍ଲାଇବା ପରେ ଖଜାପଲ୍ଲୀ ଓ ଦେଓଗାଁ ମଝିରେ ବାଇଶି ଜଣ ବ୍ୟକ୍ତିଙ୍କୁ ଓହ୍ଲାଇ ଅନ୍ତର୍ଧ୍ୟାନ ହୋଇଯାଇଛି ବସ। ଏଠି ପ୍ରଶାସନର ଢିଲାପଣ ଯୋଗୁଁ ଏପରି ଘଟଣା ଘଟୁଥିବା ସ୍ପଷ୍ଟ ଜଣାପଡୁଛି ।ଖବର ପାଇ ବୁଢ଼ାମ୍ବରେ ଥିବା ପୋଲିସ କର୍ମଚାରୀ ସେମାନଙ୍କୁ ଅଟକାଇ ଦେଓଗାଁ ଉଚ୍ଚ ବିଦ୍ୟାଳୟରେ ଅଟକ ରଖିଛନ୍ତି ।
ରିପୋର୍ଟ – ନୃସିଂହ ନାଥ ସ୍ବାଇଁ ।

Comments (0)
Add Comment