ପ୍ରଧାନ ଶିକ୍ଷକଙ୍କ ମାଡରେ ୭ ଜଣ ପିଲା ଆହାତ ।

ମାଲକାନଗିରି,୦୩/୧୧(ପିପିଟି): ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ସୁବର୍ଣପୁର ପ୍ରାଥମିକ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପ୍ରଧାନ ଶିକ୍ଷକଙ୍କ ବେତ୍ରାଘାତ ରେ ସାତ ଜଣ ଛାତ୍ରଛାତ୍ରୀ ଆହାତ ହୋଇଥିବା ଜଣାପଡିଛି। ବିଦ୍ଯାଳୟ ଗୁଡିକରେ ରାଜ୍ଯ ସରକାର ଦଣ୍ଡ ମୁକ୍ତ ଅଞ୍ଚଳ ବୋଲି ପ୍ରତ୍ଯେକ ବିଦ୍ଯାଳୟ ପ୍ରବେଶ କାନ୍ଥରେ ଲେଖାଯାଇଥିବା ବେଳେ ପାଠ ପଢ଼ାଇବା ନାମରେ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଧାନ ଶିକ୍ଷକ ରଞ୍ଜନ ବେହେରା ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି । ମାଡ ଏଭଳି ହୋଇଛି ଯେ ଛାତ୍ରଛାତ୍ରୀମାନେ ବର୍ତ୍ତମାନ ସ୍କୁଲ ଯିବାକୁ ଭୟ କରୁଛନ୍ତି। ମାଡ ଯୋଗୁଁ କିଏ ଚାଲି ପାରୁନାହିଁ ତ ଆଉ କିଏ ମାଡ ଖାଇବା ପରେ ଜ୍ବରରେ ପୀଡିତ ଥିବା ଜଣା ପଡିଯାଇଛି । କାହା ଗୋଡ଼ରେ ମାଡ ବାଜି ରକ୍ତ ଜମାଟ ବାନ୍ଧିଛି ତ କାହାର ମୁଣ୍ଡ ଫୁଲିଯାଇଛି । ପ୍ରାୟ ୭ ଜଣ ୪ର୍ଥ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ଏଭଳି ମାଡ ହୋଇଥିବା ଜଣାପଡିଛି । ଉତ୍ୟକ୍ତ ଅଭିଭାବକ ମାନେ ସ୍କୁଲ ଫାଟକ ସମ୍ମୁଖରେ ଆନ୍ଦୋଳନ କରିଛନ୍ତି । ଏପଟେ ଶିକ୍ଷକ ରଞ୍ଜନ ବେହେରା ପିଲାଙ୍କୁ ପୋକଡା ଚାଉଳ ଭାତ ରାନ୍ଧି ଖାଇବାକୁ ଦେଉଥିବା ବେଳେ ପିଲାମାନେ ମଧ୍ଯାହ୍ନ ଭୋଜନ ଖାଉଥିବା ଅଭିଯାଗ ହୋଇଛି। ପିଲାଙ୍କ ପାଇଁ ଆସୁଥିବା ଚାଉଳ ବିକ୍ରି ହେଉଥିବା ସୁବର୍ଣପୁର ଗ୍ରାମବାସୀ ପ୍ରକାଶ କରିଛନ୍ତି। ପିଲାମାନଙ୍କୁ ମାଡ ମାରିଥିବା ପ୍ରଧାନ ଶିକ୍ଷକ ସ୍ବୀକାରୋକ୍ତି କରିଥିବା ବେଳେ ଜିଲ୍ଲା ଶିକ୍ଷା ବିଭାଗ ଆଗକୁ ଶିକ୍ଷକଙ୍କ ବିରୁଦ୍ଧରେ କ’ଣ ପଦକ୍ଷେପ ଗ୍ରହଣ କରିବେ ଆଗାମୀ ଦିନରେ ଜଣାପଡିବ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶଵ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment